fbpx

ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍, ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Advertisement

ଭୁବନେଶ୍ୱର: ଖଣ୍ଡଗିରି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଣେ ଯୁବତୀଙ୍କ ଉପରେ ଖଣ୍ଡଗିରି ଛକରେ ବସ୍‌ ଚଢ଼ିଯାଇଛି। ଆଉ ଘଟଣାସ୍ଥଳରେ ହିଁ ଯୁବତୀ ଜଣଙ୍କର ପ୍ରାଣ ଚାଲିଯାଇଛି। ତେବେ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସର ପହଞ୍ଚି ତଦନ୍ତ ଚଳାଇଛି। ମାତ୍ର ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

ସୂଚନା ଅନୁଯାୟୀ, ଦୁହେଁ ମା’ ଝିଅ ରାସ୍ତା ପାରି ହେଲା ବେଳେ ପ୍ରଥମେ ମା’ଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା। ତେବେ ବାଇକ୍‌ ଧକ୍କାରେ ମା’ ପଡ଼ିଯିବା ପରେ ଯୁବତୀ ଜଣଙ୍କ ତାଙ୍କ ମା’ଙ୍କୁ ଉଠାଉଥିବା ବେଳେ ତାଙ୍କ ଉପରେ ଏକ ସ୍କୁଲ ବସ୍‌ ଚଢ଼ିଯାଇଥିଲା। ଆଉ ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଯୁବତୀଙ୍କ ସହ ଥିବା ମା’ ଆହତ ହୋଇଛନ୍ତି।

 

Get real time updates directly on you device, subscribe now.