fbpx

କିଏ ଏହି ନନ୍ଦକିଶୋର ଯାଦବ? ଯିଏ ହେବେ ବିହାର ବିଧାନସଭାର ଆଗାମୀ ବାଚସ୍ପତି

Advertisement

ପାଟନା: ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରି ନେଇଛନ୍ତି । ସରକାରଙ୍କ ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡିନାହିଁ । ବିହାର ବିଧାନସଭାର ନୂଆ ଅଧ୍ୟକ୍ଷ ଲାଗି ମଙ୍ଗଳବାର ବିଜେପି ବିଧାୟକ ନନ୍ଦକିଶୋର ଯାଦବ ନୋମିନେସନ ଦାଖଲ କରିବେ । ମିଳିଥିବା ସୂଚନା ଅନୁସାରେ ବିହାରର ପୂର୍ବତନ ସଡକ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ କାଲି ସକାଳ ୧୦ଘ. ୩୦ମି. ଓମୟରେ ବିହାର ବିଧାନସଭାର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ କରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ନନ୍ଦକିଶୋର ଯାଦବ ଛାତ୍ର ଜୀବନରୁ ହିଁ ରାଜନୀତି ଆରମ୍ଭ କରିଥିଲେ । ଆରଏସଏସର ସକ୍ରିୟ ସ୍ୱୟଂସେବକ ଭାବରେ ସମାଜସେବା ଯାତ୍ରା ଆରମ୍ଭ କରିଥିବା ନନ୍ଦକିଶୋରଙ୍କ ରାଜନୈତିକ ଯାତ୍ରା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ହେବା ପରେ ଆରମ୍ଭ ହୋଇଥିଲା । ସେ ଲଗାତର ୭ ଥର ପାଟନା ସାହିବକ୍ଷେତ୍ରରୁ ବିଧାୟକ ନିର୍ବାଚନ ଜିତି ଆସିଛନ୍ତି । ସେ ଦୀର୍ଘ ସମୟ ଧରି ବିହାର ସରକାରରେ ସଡକ ନିର୍ମାଣ ବିଭାଗ ଦାୟିତ୍ୱରେ ଥିଲେ । ଏହା ବ୍ୟତିତ ସେ ଗୃହରେ ନେତା ପ୍ରତିପକ୍ଷ ଭୂମିକା ମଧ୍ୟ ନିଭାଇ ସାରିଛନ୍ତି ।

Get real time updates directly on you device, subscribe now.