fbpx

ମନୀଷ ସିସୋଦିଆଙ୍କୁ ମିଳିଲା ଅନ୍ତରୀଣ ଜାମିନ, ଜାଣନ୍ତୁ କେତେ ଦିନ ରହିବେ ବାହାରେ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଏଏପି ନେତା ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସିସୋଦିଆଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସେ ୧୩ ରୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଭଣଜାଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ଏହି ଜାମିନ ପାଇଛନ୍ତି।

ବାସ୍ତବରେ ସିସୋଦିଆ ଏକ୍ସାଇଜ୍ ପଲିସି ମାମଲାରେ ତିହାର ଜେଲରେ ରହିଛନ୍ତି। ଏହାପୂର୍ବରୁ ସେ ନଭେମ୍ବର ୧୧ ରେ ତାଙ୍କ ପତ୍ନୀ ସୀମାଙ୍କୁ ଭେଟିବାକୁ ଯାଇଥିଲେ। ସେ ସମୟରେ ସୀମା ଅସୁସ୍ଥ ଥିଲେ। ନଭେମ୍ବର ୧୧ ରେ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଦିଲ୍ଲୀ କୋର୍ଟ ଅନୁମତି ଦେଇଥିଲେ।

ସିସୋଦିଆଙ୍କ ଭଣଜାଙ୍କ ବିବାହ ଫେବୃଆରୀ ୧୪ ରେ, ଯେଉଁ କାରଣରୁ ସିସୋଦିଆ ଜାମିନ ମାଗିଥିଲେ। ତେବେ କୋର୍ଟ ତାଙ୍କୁ ଅଶ୍ଵସ୍ତି ପ୍ରଦାନ କରିଛନ୍ତି ଏବଂ ତାଙ୍କ ଭଣଜାଙ୍କ ବିବାହରେ ଯୋଗଦେବାକୁ ଅନୁମତି ଦେଇଛନ୍ତି।

Get real time updates directly on you device, subscribe now.