fbpx

ପେଟିଏମ ସହ ଚୀନର କନେକସନ କ’ଣ? ଯାହାର ଏବେ ଯାଞ୍ଚ କରୁଛନ୍ତି ସରକାର

Advertisement

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ଅସୁବିଧା କମ ହେବାର ନାମ ନେଉନି । ୩୧ ଜାନୁଆରୀ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କମ୍ପାନୀର ବ୍ୟାଙ୍କିଙ୍ଗ ସେବାଗୁଡ଼ିକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା । ଏହାପରେ ପେଟିଏମ ପେମେଣ୍ଟ ବ୍ୟାଙ୍କର ଉପରସ୍ତ ଅଧିକାରୀମାନଙ୍କ ଇସ୍ତଫା ଦେବା ଆରମ୍ଭ ହୋଇଗଲା । ବର୍ତ୍ତମାନ ପେଟିଏମ ସହ ଚୀନର କନେକସନ ଚର୍ଚ୍ଚାରେ ରହିଛି । ଯାହାର ଯାଞ୍ଚ ସରକାର କରୁଛନ୍ତି ।

ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସରକାର ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମୁୂ୍ୟନିକେଶନ ଲିମିଟେଡର ବ୍ୟାଙ୍କିଙ୍ଗ କମ୍ପାନୀ ପେଟିଏମ ପେମେଣ୍ଟ ସର୍ଭିସେଜ ଲିମିଟେଡରେ ଚୀନରୁ ପ୍ରତ୍ୟେକ୍ଷ ବିଦେଶୀ ନିବେଶଙ୍କ ଯାଞ୍ଚ କରୁଛି । ଏଥିରେ କୁହାଯାଇଛି ଯେ, ପେଟିଏମରେ ଚୀନର ବଡ଼ କର୍ପୋରେଟ ଚୀନ ଆଣ୍ଟ ଗ୍ରୁପର ନିବେଶ ରହିଛି ।

୨୦୨୦ ମସିହା ନଭେମ୍ବର ମାସରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ପେମେଣ୍ଟ ଏଗ୍ରୀଗେଟର୍ସ ଏବଂ ପେମେଣ୍ଟ ଗେଟୱେ ରୂପେ କାମ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖକୁ ଲାଇସେନ୍ସ ପାଇଁ ଅବେଦନ କରିିଥିଲା । ହେଲେ ନଭେମ୍ବର ୨୦୨୨ରେ ଆରବିଆଇ ପକ୍ଷରୁ ଏହାକୁ ଖାରଜ କରିଦିଆଯାଇଥିଲା ଏବଂ ଏଫଡିଆଇ ରୁଲ ଅନୁଯାୟୀ, ପ୍ରେସ ନୋଟ-୩ର ଅନୁପାଳନକୁ ଦୃଷ୍ଟିରେ ରଖାଯାଇ ପେଟିଏମ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ପୁଣିଥରେ ଅବେଦନ କରିବା ପାଇଁ ନିର୍ଦ୍ଦେଶନା କରାଯାଇଛି । ଏହାପରେ ୧୪ ଡିସେମ୍ବର ୨୦୨୨ରେ ୱାନ୯୭ କମ୍ୟୁନିକେଶନ ଲିମିଟେଡ ନୂଆ ଆବେଦନ କରିଥିଲା ।

ପେଟିଏମ ସଂକଟ ମଧ୍ୟରେ ଏଫଡିଆଇର ନୂଆ ବିପଦ ମଧ୍ୟରେ ଏହା ଜାଣିବା ନିହାତି ଆବଶ୍ୟକ ଯେ, ଏଫଡିଆଇ ରୁଲରେ ପ୍ରେସ ନୋଟ-୩ର ଅର୍ଥ କଣ? କୋଭିଡ ସଂକଟ ପରେ କୌଣସି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପୂର୍ବରୁ ଭାରତ ସହିତ ଜମି ସୀମା ସେୟାର କରୁଥିବା ଦେଶମାନଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଥିଲା ।

ଏବେ ପେଟିଏମକୁ ନେଇ ମଧ୍ୟ ସରକାର ଏହାର ଯାଞ୍ଚ କରୁଛନ୍ତି । ପିଟିଆଇ ମୁତାବକ, ପେଟିଏମରେ ଚୀନ ଏଫଡିଆଇକୁ ନେଇ ଏକ ଇଣ୍ଟର-ମିନିଷ୍ଟ୍ରିଆଲ କମିଟି ପେଟିଏମ ପେମେଣ୍ଟ ବ୍ୟାଙ୍କର ଯାଞ୍ଚ କରୁଛି ଏବଂ ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.