fbpx

ସାବଧାନ! ଏହି ରାଶିର ବ୍ୟକ୍ତିଙ୍କ ଲାଗି ଶୁଭ ନୁହେଁ ଭାଲେଣ୍ଟାଇନ ୱିକ୍‌, ପ୍ରେମରେ ମିଳିପାରେ ଧୋକା

Advertisement

ଓଡ଼ିଶା ଭାସ୍କର: ପୁରା ବିଶ୍ୱରେ ଫେବୃୟାରୀ ୧୪ ତାରିଖରେ ଭାଲେଣ୍ଟାଇନ ଡେ’ ପାଳନ କରାଯାଉଛି । ଏହିଦିନ ପ୍ରେମ ଓ ରୋମାନ୍ସ ଲାଗି ସମର୍ପିତ ଏକ ଖାସ୍ ଦିନ ହୋଇଥାଏ । ଏହି ଭାଲେଣ୍ଟାଇନ୍ ୱିକ୍‌ରେ ପ୍ରେମୀଯୁଗଳ ନିଜ ପ୍ରେମକୁ ବୟାନ କରିବା ସହ ସଂପର୍କକୁ ନେଇ ଉତ୍ସବ ମନାଇଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପ୍ରେମ ମାସ ସମସ୍ତଙ୍କ ଲାଗି ଅନୁକୂଳ ରହିବ ନାହିଁ । ଫେବୃୟାରୀ ମାସରେ କେତେକ ରାଶିଙ୍କୁ ପ୍ରେମରେ ବିଭିନ୍ନ ବାଧାର ସାମ୍ନା କରିବାକୁ ପଡିବ । ଏହି କ୍ରମରେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରାଶି ଅଟନ୍ତି ।

ମେଷ:ପ୍ରେମ ସମ୍ବନ୍ଧ ଭାଙ୍ଗିଯାଇପାରେ । କିନ୍ତୁ ଅବୈଧ ସଂପର୍କ ଗଢି ଉଠିପାରେ । ଗାର୍ଲଫ୍ରେଣ୍ଡ କ୍ରୋଧର ଶିକାର ହୋଇପାରନ୍ତି । ବିବାହ ଲାଗି ଏହି ସମୟ ଠିକ୍ ନୁହେଁ ।
ମିଥୁନ:ଏହି ରାଶିର ଲୋକମାନେ ପ୍ରେମ ସମ୍ବନ୍ଧରେ ନିରାଶା ଓ ଭୁଲ୍ ବୁଝାମଣାର ଶିକାର ହୋଇପାରନ୍ତି । ଏହି କାରଣରୁ ସେମାନଙ୍କ ସଂପର୍କ ଭାଙ୍ଗି ବି ଯାଇପାରେ । ଏହି କାରଣରୁ ବିବାଦରୁ ଦୂରେଇ ରହନ୍ତୁ ଓ ବିନା କାରଣରେ ଯୁକ୍ତିତର୍କ କରନ୍ତୁ ନାହିଁ ।
କନ୍ୟା: କନ୍ୟା ରାଶିବାଲା ପ୍ରେମ ସମ୍ବନ୍ଧରେ ଧୋକାର ଶିକାର ହୋଇପାରନ୍ତି । ଏହି ସମୟ ସେମାନଙ୍କ ଲାଗି ଚିନ୍ତାପୂର୍ଣ୍ଣ ରହିବ । ଡିପ୍ରେସନ ବୃଦ୍ଧି ପାଇବ ।
ତୁଳା: ଏହି ରାଶିର ବ୍ୟକ୍ତିଙ୍କ ଇଗୋ କାରଣରୁ ସଂପର୍କରେ ତିକ୍ତତା ସୃଷ୍ଟି ହେବ । ପରସ୍ପର ମଧ୍ୟରେ ଦୂରତା ବଢିବ । ଏଣୁ ସମୟ ବାହାର କରି ପରସ୍ପର ସହ ଆଲୋଚନା କରିବା ଉଚିତ ।
ବିଛା:ଏହି ରାଶିର ଜାତକ ଲୋଭ ଓ ବ୍ୟକ୍ତିଗତ ସ୍ୱାର୍ଥରୁ ଦୂରେଇ ରହିବା ଭଲ ହେବ । ଅନ୍ୟଥା ଲଭ୍ ଲାଇଫ୍‌ରେ ଆପଣଙ୍କୁ ତିକ୍ତତାର ସାମ୍ନା କରିବାକୁ ପଡିପାରେ । ଏପରିକି ସମ୍ବନ୍ଧ ମଧ୍ୟ ତୁଟିଯାଇପାରେ ।

Get real time updates directly on you device, subscribe now.