fbpx

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ; କହିଲେ ଲୋକଙ୍କ ସେବା ପାଇଁ ଦଳ ଛାଡ଼ିଲି

Advertisement

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଦେଲେ ଇସ୍ତଫା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର ପଠାଇଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ଇସ୍ତଫା ପରେ କଂଗ୍ରେସକୁ ନେଇ ଏପରି କହିଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ‘କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି, ତେଣୁ ଇସ୍ତଫା ଦେଲି’ ।

ତେବେ ନିହାରଙ୍କ ଏପରି ବୟାନ ରାଜ୍ୟ କଂଗ୍ରେସ ଉପରେ ବଡ଼ ଧରଣର ପ୍ରଭାବ ପରାଇପେରେ । ସାଧାରଣରେ ପ୍ରଶ୍ନ ଉଠୁଛି ଏପରି କାହିଁକି କହିଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ? ଆଗକୁ ସେ କେଉଁ ଦଳରେ ଯୋଗ ଦେବେ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।

Get real time updates directly on you device, subscribe now.