fbpx
BJD SKY
BJD SKY

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦୦ ମିଟ ରେସରେ ଦୂତି ଚାନ୍ଦ ବିଫଳ, ସଟଫୁଟର ଫାଇନାଲରେ ମନପ୍ରୀତ

BJD

ବର୍ମିଂହାମ: ଭାରତୀୟ ମହିଳା ସଟଫୁଟର ମନପ୍ରୀତ କୌର ସଫଳ ପ୍ରଦର୍ଶନ ପୂର୍ବକ ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସଟଫୁଟ ଇଭେଣ୍ଟ ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ କୌର ତୃତୀୟ ଉଦ୍ୟମରେ ଶ୍ରେଷ୍ଠ ସଫଳତା ସହିତ ୧୬.୭୮ ମିଟର ଥ୍ରୋ କରି ଥିଲେ । ପ୍ରଥମ ଉଦ୍ୟମରେ ୧୫.୮୩ ମିଟର ଓ ଦ୍ୱିତୀୟ ଉଦ୍ୟମରେ ୧୬.୬୮ ଏବଂ ତୃତୀୟ ଉଦ୍ୟମରେ ୧୬.୭୮ ମିଟର ଥ୍ରୋ କରିଥିଲେ । କ୍ୱାଲିଫିକେସନ ରାଉଣ୍ଡରେ କୌର ନିଜ ଗ୍ରୁରେ ଚତୁର୍ଥ ଓ ଓଭର ଅଲ ସପ୍ତମ ସ୍ଥାନ ପାଇଥିଲେ ।

ଅନ୍ୟ ପକ୍ଷରେ ମହିଳା ଧାବିକା ଦୂତି ଚାନ୍ଦ ମହିଳା ୧୦୦ ମିଟ ରେସର ପ୍ରଥମ ରାଉଣ୍ଡ ଇଭେଣ୍ଟ ହିଟରେ ୧୧.୫୫ ସେକେଣ୍ଡ ସମୟ ନେଇ ଚ୍‌ତୁର୍ଥ ସ୍ଥାନ ପାଇବା ସହିତ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହୋଇ ପାରିଲେ ନାହିଁ । ତ୍ରିନିଦାଦର ମିଚେଲେ ଆହୟେ ୧୦୦ ମିଟର ଦୂରତ୍ୱକୁ ୧୧ .୧୪ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ,ବାହାମସର ଟିନିୟା ଗେଥେର ୧୧.୧୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ଓ ନାଇଜେରିଆର ଜୋୟ ଚିନେୟେ ଉଦୋ ଗାବ୍ରିଏଲ ୧୧.୪୩ ସେକେଣ୍ଡ ସମୟରେ ଏହି ଦୂରତ୍ୱ ଅତିକ୍ରମ କରି ତୃତୀୟ ସ୍ଥାନ ପାଇବା ସହିତ ପରବର୍ତ୍ତୀ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ସେହିପରି ମହିଳା ଡିସକସ ଥ୍ରୋ ଫାଇନାଲ ପାଇଁ ଭାରତର ସୀମା ପୁନିଆ ଓ ନମଜିତ ଧୀଲନ ଫାଇନାଲ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

Get real time updates directly on you device, subscribe now.