fbpx

ପର୍ଣ୍ଣ ସାଇଟ ଦେଖୁଛନ୍ତି କି ? ସାବଧାନ ,ଅପଣଙ୍କ ଭିଡିଓ ବି ହୋଇପାରେ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନରେ ପର୍ଣ୍ଣ ସାଇଟ ଗୁଡିଗକର ଡିମାଣ୍ଡ ବଢ଼ିଯାଇଛି । ହଠାତ ଏହାର ବ୍ରାଉଜରଙ୍କ ସଂଖ୍ୟା ବଢ଼ିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ହ୍ୟାକର । ଆପଣ ପର୍ଣ୍ଣ ସାଇଟ ବ୍ରାଉଜ କଲେ ଆପଣଙ୍କ ବ୍ୟକ୍ତଗତ ତଥ୍ୟ ପାଇଯାଉଛନ୍ତି ହ୍ୟାକର । ବ୍ୟକ୍ତଗତ ଇମେଲ ଆକାଉଣ୍ଟକୁ କରୁଛନ୍ତି ମେଲ । ଯେଉଁଥିରେ ବିଗ କଏନ ଦେବାକୁ ଦାବି କରୁଛନ୍ତି । ଦାବି ମୁ୍ତାବକ ଅର୍ଥ ନଦେଲେ ଅପଣଙ୍କ ପର୍ଣ୍ଣସାଇଟ ଦେଖୁଥିବାର ଭିଡିଓ ସାର୍ବଜନୀନ କରିବାର ଧମକ ଦେଉଛନ୍ତି । ମୁମ୍ବାଇ ସାଇବର କ୍ରାଇମ ସେଲର ଅଧ୍ୟକ୍ଷଙ୍କ କହିବା ମୁତାବକ ଏହି ହ୍ୟାକର ମାନେ ପର୍ଣ୍ଣ ସାଇଟରେ କିଛି ସଫ୍ଟୱେଆର ଲୋଡ କରୁଛନ୍ତି । ଯାହା ଫଳରେ ଆପଣ ସାଇଟ ଭିଜିଟ କଲେ ହିଁ ସେମାନେ ଆପଣଙ୍କ କମ୍ପ୍ୟୁଟର ବା ମୋବାଇଲର ହୋମସ୍କିନ କୁ ଆକ୍ସେସ କରିପାରୁଛନ୍ତି । ପରେ ଆପଣଙ୍କ ସୋସିଆଲ ମିଡିଆ ଯାଏ ବି ପଂହଚିଯାଉଛନ୍ତି ।

Get real time updates directly on you device, subscribe now.