fbpx

ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ

ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି । ଭଦ୍ରକ ସ୍ଥିତ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀର ୨ ପଞ୍ଚାୟତ ସିଲ୍ ହୋଇଥିବା ସୂଚନା ମିଳିଛି । ଏହାସହ ଦୁଇଟି ବ୍ଲକରେ କଡ଼ା କଟକଣା ଲାଗୁ କରାଯାଇଛି । ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି । ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ ।
ଉଲ୍ଲେଖଯୋଗ୍ୟ ଯେ ଆଗରୁ ଭଦ୍ରକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭଦ୍ରକରେ ୫ ଓ ବାଲେଶ୍ୱରରେ ୨ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ଓଡ଼ିଶାରେ ୪୩ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.