fbpx
BJD SKY
BJD SKY

ଯୋଗୀ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଉତ୍ତରପ୍ରଦେଶର ୫୭ଟି ଜିଲ୍ଲାରେ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ

BJD

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛି। ରାଜ୍ୟରେ ସାଇବର ଅପରାଧକୁ ରୋକିବା ପାଇଁ ୫୭ଟି ଜିଲ୍ଲାରେ ସାଇବର କ୍ରାଇମ ଷ୍ଟେସନ ସ୍ଥାପନ ପାଇଁ ପ୍ରସ୍ତାବ ଆଜି ମଞ୍ଜୁର ହୋଇଛି। ଉନ୍ନାଓ, ରାୟବରେଲି, ସୀତାପୁର, ଲକ୍ଷ୍ମୀପୁର ଖେରୀ, କାନପୁର ଦେହାଟ, ଇଟାୱା, ଫତେହପୁର, ମୀରଟ, ଗାଜିଆବାଦ ପରି ୫୭ଟି ସ୍ଥାନରେ ଏହି ଷ୍ଟେସନ ନିର୍ମାଣ ହେବା ନେଇ ପ୍ରସ୍ତବେକୁ ମଞ୍ଜୁରୀ ମିଳିଛି। ତେବେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର କେବୁଲ ସ୍ଥାପନ ପାଇଁ ଉପଲବ୍ଧ ଜଙ୍ଗଲ ଜମି ପାଇଁ ପ୍ରିମିୟମ ଏବଂ ଲିଜ ଭଡା ଦେୟ ପ୍ରଦାନ ସହିତ ମୋବାଇଲ ସଂଯୋଗରୁ ବଞ୍ଚିତ ଗ୍ରାମଗୁଡିକରେ ୪ଜି ସେବାକୁ ସୁପାରିଶ କରିବାକୁ ପ୍ରସ୍ତାବ ଅନୁମୋଦନ କରାଯାଇଛି।

ଏହା ସହିତ ୨୦୦ ବର୍ଗ ମିଟର ପର୍ୟ୍ୟନ୍ତ ଟାୱାର ସ୍ଥାପନ ପାଇଁ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାର ୩୬୧ ଟି ଗାଁ ଚିହ୍ନଟ କରିବା ଏବଂ ୨୨୬ ରେ ନୂତନ ମୋବାଇଲ ଟାୱାର ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଭାରତ ସଞ୍ଚାର ନିଗମ ଲିମିଟେଡ(BSNL)କୁ ନିଃଶୁଳ୍କ ଉପଲବ୍ଧ କରାଯିବା ପ୍ରସ୍ତାବ ଗୃହୀତ ହୋଇଛି । ତେବେ ଏହି ଜମି ମାଗଣାରେ ଯୋଗାଇବା ସହିତ ଫସଲର ଉପଯୁକ୍ତ ମାର୍କେଟିଂ ପାଇଁ ନିୟମରେ କ୍ୟାବିନେଟ ୨୮ ତମ ସଂଶୋଧନ କରିଛି। ଶିଳ୍ପ ବିକାଶ ବିଭାଗ-ନୀତି ଆୟୋଗ ଦ୍ୱାରା ଗଠିତ କମିଟିର ସୁପାରିଶକୁ କ୍ୟାବିନେଟ ଅନୁମୋଦନ କରିଛି।

ଜାତୀୟ ଉଦ୍ୟାନ କୃଷି ବୋର୍ଡ ଗୁରୁଗ୍ରାମକୁ ୯୯ ବର୍ଷ ପାଇଁ ମାଗଣା ଲିଜ ଉପରେ ଜମି ପ୍ରସ୍ତାବକୁ ଉଦ୍ୟାନ ବିଭାଗ ଅନୁମୋଦନ କରିଛି। ଏଥି ସହିତ ଆଳୁର ଉତ୍ତମ ଉତ୍ପାଦନ ବିଷୟରେ ନିଷ୍ପତ୍ତି ନିଆଯାଇଛି । PGIରେ ଉନ୍ନତ ଶିଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହେବା ସହିତ ଦୁଇଟି ପର୍ୟ୍ୟାୟରେ ୫୭୩ ଶଯ୍ୟା ବିଶିଷ୍ଟ ଏକ ଉନ୍ନତ ଶିଶୁ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବା ନେଇ ମଧ୍ୟ ଏତିରେ ନିଷ୍ପତ୍ତି ନିଆଯାଇଛି । ୧୯୯ କୋଟି, ୧୦ ଲକ୍ଷ, ୫୨ ହଜାର ଟଙ୍କା ବଜେଟରେ ୩୦୮ ଶଯ୍ୟା ଅନୁମୋଦନ କରାଯାଇଥିଲା । ସାହାରନପୁର ବିକାଶ ପ୍ରାଧିକରଣରେ ଆହୁରି ୩୩ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।

Get real time updates directly on you device, subscribe now.