fbpx

ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର,୨୦/୫(ଓଡିଶା ଭାସ୍କର):  ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅଫିସ୍‌ରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତାଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ୬ ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କୌଣସି ବଡ଼ ଧରଣର କ୍ଷୟକ୍ଷତିର ସୂଚନା ଆସିନାହିଁ ବୋଲି ଅସିତ ତ୍ରପାଠୀ କହିଛନ୍ତି।

ପାରାଦୀପରେ ସର୍ବାଧିକ ୧୪୪ ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ବାତ୍ୟା ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ମୋଟ୍‌ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଅସିତ ତ୍ରପାଠୀ କହିଛନ୍ତି।

Get real time updates directly on you device, subscribe now.