fbpx

ସେଲୁନ୍ ଖୋଲିବାର ମାତ୍ର କେଇ ଘଣ୍ଟା ପରେ ଲକ୍ଷପତି ହେଲେ ମାଲିକ

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସମେତ ବହୁ ଦେଶରେ ଲକଡାଉନ ଜାରି ରହିଛି । ଏହି ସମୟରେ ବ୍ୟବସାୟ ଉପରେ ବହୁ ଖରାପ ପ୍ରଭାବ ପଢୁଛି । ଏହାକୁ ଦୃଷ୍ଟିରେ ରଖି କିଛି ଦେଶରେ କିଛିଟା ନିୟମ କୋହଳ କରାଯାଇଛି, ଯେଉଁଥିରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଆମେରିକାର ଏକ ସେଲୁନ୍ ଖୋଲିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାର ମାଲିକ ଲକ୍ଷପତି ହୋଇଛନ୍ତି ।

ତେବେ ଆମେରିକାର କୋଲେରାଡୋ ରାଜ୍ୟରେ ଲକଡାଉନ ପରେ ସେଲୁନ୍ ଖୋଲିଗଲା । ସେହିପରି ଗୋଟିଏ ସେଲୁନରେ ମାଲିକାଣି ଓ ତାଙ୍କ ହେୟାର ଷ୍ଟାଇଲିଷ୍ଟ ଲୋକଙ୍କ ଅପେକ୍ଷାରେ ଥିଲେ । ଦିନର ମଧ୍ୟ ଭାଗରେ ବା ୧ଟା ସମୟରେ ଜଣେ ବ୍ୟକ୍ତି ତାଙ୍କ ସେଲୂନକୁ ଆସି ଚୁଟି କାଟିଥିଲା । କାଟିବା ପରେ ସେ ମହିଳାଙ୍କୁ ଟିପ୍ ବାବଦରେ ଦେଢ ହଜାର ଡଲାରର ଚେକ୍ ଦେଇ ଚାଲିଗଲା । ଯାହାର ଭାରତୀୟ ମୂଲ୍ୟ ୧ ଲକ୍ଷ ୮୯ ହଜାର ଟଙ୍କା ।

Get real time updates directly on you device, subscribe now.