fbpx

ମାଡି ଆସୁଛି ବାତ୍ୟା, ପାରାଦୀପଠାରୁ ୧୨୫ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର,୨୦/୫(ଓଡିଶା ଭାସ୍କର): ପାରାଦୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୨୫ କିମି ଦୂରରେ ଅଛି ଅମ୍ଫନ । ଦୀଘାରୁ ଦକ୍ଷିଣରେ ୨୪୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ ।
ବାଂଲାଦେଶ ଖେପୁପରାରୁ ଦକ୍ଷଣିପଶ୍ଚିମରେ ୩୯୫ କିମି ଦୂରରେ  ରହିଛି। ଗତ ୬ ଘଣ୍ଟା ଧରି ୧୪ କିମି ବେଗରେ ଗତି କରୁଛି ବାତ୍ୟା ।

ଆଜି ସଂଧ୍ୟାରେ ଅମ୍ଫନ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ସୁୁଚନା ରହିଛି।ପବନର ବେଗ ୧୭୦ ରୁ ୧୮୦  କିମି ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହାର ପ୍ରଭାବରେ ପାରାଦୀପରେ ଏବେ ୧୦୬ କିମି ବେଗରେ ପବନ ବହୁଛି । ସେହିପରି ଚାନ୍ଦବାଲିରେ ୭୪, ଭୁବନେଶ୍ବରରେ ୫୬ କିମି ବେଗରେ ପବନ ବହୁଛି । ବାଲେଶ୍ବରରେ ୫୯, ପୁରୀରେ ୩୯ କିମି ବେଗରେ ପବନ ବହୁଥିବା ସୂଚନା ରହିଛି।

Get real time updates directly on you device, subscribe now.