fbpx

ସୁନ୍ଦରବନ ଅତିକ୍ରମ କରୁଛି ଅମ୍ଫନର ସମ୍ମୁଖ ଭାଗ

ନୂଆଦିଲ୍ଳୀ, ୨୦ା୫: ବାତ୍ୟା ଅମ୍ଫନ ନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନଡ଼ିଆରଏଫ ଡିଜି ଏସ ଏନ ପ୍ରଧାନ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଇଏମନି ଡିଜି କହିଛନ୍ତି ଯେ ସୁନ୍ଦରବନ ଅତିକ୍ରମ କରୁଛି ଅମ୍ଫନର ସମ୍ମୁଖ ଭାଗ । ଗତକାଲି ରାତିରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ଆରମ୍ଭ ହୋଇଥିଲା । ଆଜି ସକାଳେ ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ବେଗରେ ପବନ ବହିଥିଲା । ପାରାଦୀପରେ ୧୦୬କିଲୋମିଟର ବେଗରେ ପବନ ବହିଥିଲା । ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପଶ୍ଚିମବଙ୍ଗ ଉପକୂଳରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିଛି । ହାୱଡ଼ା, ୨୪ପ୍ରଗଣା ଅଞ୍ଚଳରେ ୧୬୦କିମି ବେଗରେ ପବନ ବହିବ । ବାତ୍ୟା ପ୍ରଭାବରେ ପୂର୍ବ ପଶ୍ଚିମବଙ୍ଗର ମେଦିନାପୁରର ଅଧିକ ପ୍ରଭାବିତ ହେବ । ବାତ୍ୟା ପ୍ରଭାବରେ କୋଲକାତାରେ ଘଣ୍ଟାକୁ ୧୧୦କିମି ବେଗରେ ପବନ ବହିବ । ଭଦ୍ରକ ଓ ବାଲେଶ୍ୱରରେ ୯୦-୧୦୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।
ସେହିପରି ଏନଡ଼ିଆରଏଫ ଡିଜି ଏସ ଏନ ପ୍ରଧାନ କହିଛନ୍ତି ଯେ ବାତ୍ୟା ଅମ୍ଫନ ପରେ ଏନଡ଼ିଆରଏଫ ଟିମ୍ ତୀକ୍ଷଣ ନଜର ରଖିଛି । ବାତ୍ୟା ଲ୍ୟାଣ୍ଡଫଲ ପରେ ଏନଡ଼ିଆରଏଫର ପ୍ରକୃତ କାମ ଆରମ୍ଭ ହେବ । ଏନଡ଼ିଆରଏଫର ୨୦ଟି ଟିମ୍ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗରେ ମୋଟ୍ ୪୧ଟି ଟିମ୍ ମୁତୟନ ହୋଇଛି । ପଶ୍ଚିମବଙ୍ଗରେ ୫ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ମେଦିନିପୁରରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଯାଇଛି । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱରରେ ପୁନରୁଦ୍ଧାର କାମ ଜାରି ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.