fbpx

ବାତ୍ୟାକୁ ନେଇ ରାଜ୍ୟର ପ୍ରସ୍ତୁତିକୁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପ୍ରଶଂସା

Advertisement

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ମୁକାବିଲା ପ୍ରସ୍ତୁତି ନେଇ ସମସ୍ତ ତଥ୍ୟ ରଖିଲେ ମୁଖ୍ୟ ଶାସନ ସଚିବ । ବାତ୍ୟାକୁ ନେଇ ରାଜ୍ୟର ପ୍ରସ୍ତୁତିକୁ କେନ୍ଦ୍ର କ୍ୟାବିନେଟ୍ ବେଶ ପ୍ରଂଶସା ମଧ୍ୟ କରିଛନ୍ତି ।

ତେବେ ଗତ ୬ଘଣ୍ଟା ଧରି ୫କିମି ବେଗରେ ଗତି କରୁଛି ଲଘୁଚାପ । ୧୨ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୮ତାରିଖ ସକାଳେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ପାରାଦୀପଠାରୁ ୧୦୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଅମ୍ପାନ । ୧୮ରୁ ୨୦ତାରିଖ ମଧ୍ୟରେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.