fbpx

ଚୀନକୁ ବରବାଦ୍ କରିବା ପଛରେ ଆମେରିକା, ଟ୍ରମ୍ପ କଲେ ଏପରି ଘୋଷଣା

ସାରା ବିଶ୍ୱରେ ଏବେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଆମେରିକାରେ କରୋନା ଏତେ କ୍ଷତି ଘଟାଇଛି ଯେ ତାହା ଆକଳନ କରିହେବ ନାହିଁ । ଏନେଇ ଚୀନକୁ ଉଚିତ୍ ଶିକ୍ଷା ଦେବାରେ ଲାଗିରହିଛି ଆମେରିକା । ଏହାରି ମଧ୍ୟରେ ସାଉଥ୍ ଚୀନ୍ ସାଗର ପରେ ଚୀନକୁ ଆର୍ଥିକ ଦୃଷ୍ଟିରୁ ବରବାଦ୍ କରିବାକୁ ଆମେରିକା ଏକ ବଡ ନିଷ୍ପତ୍ତି ନେଇଛି । କିଛି ଦିନ ପୂର୍ବରୁ ଏନେଇ ସେ ସଙ୍କେତ ମଧ୍ୟ ଦେଇଥିଲେ, ଏବେ ଆମେରିକାର ପରାମର୍ଶଦାତା ଏହା ଉପରେ ମୋହର ଲଗାଇଦେଇଛନ୍ତି ।

ତେବେ ଗଣମାଧ୍ୟମକୁ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆର୍ଥିକ ମାମଲାରେ ବିଶ୍ୱର ସମସ୍ତ କମ୍ପାନୀକୁ ବଡ ଅଫର୍ ଦେଇଛନ୍ତି । ସେ କହିଛନ୍ତି ଯେ, ଯେୁଁ କମ୍ପାନୀ ଚୀନ୍ ଛାଡି ଏଠାକୁ ଆସି ବ୍ୟବସାୟ କରିବ, ସେମାନଙ୍କୁ ଟିକସରେ ବଡ ରିହାତି ମିଳିବ । ଏହା ସହ ଚୀନରେ ପେନସନ୍ ପାଣ୍ଠି ବନ୍ଦ କରି ମଧ୍ୟ ଡ୍ରାଗନକୁ ବଡ ଝଟକା ଦେଇଛି ଆମେରିକା ।

Get real time updates directly on you device, subscribe now.