fbpx

“ଅସାନି’କୁ ନେଇ ତାଜା ସୂଚନା ଦେଲେ ଏସଆରସି, ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା ନାହିଁ

Advertisement

ଭୁବନେଶ୍ୱର: ବାତ୍ୟା “ଅସାନି’ର ପ୍ରଭାବ ଓଡ଼ିଶା ଉପରେ କିଛି ରହିବ ନାହିଁ । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ଓଡ଼ିଶା । ଭିଷଣ ବାତ୍ୟାର ରୂପ ନେଇଥିବା “ଅସାନି’ଆସନ୍ତା କାଲି ବାତ୍ୟାରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର ମାଲକାନଗିରି, କୋରାପୁଟ,ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ, କେଉଁଝର, ବାଲେଶ୍ୱର ଏବଂ ମୟୁରଭଞ୍ଜର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ସାମ୍ବାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କହିଛନ୍ତି ପ୍ରଦୀପ ଜେନା । ସେ କହିଛହନ୍ତି ଯେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଯାହା ପୁର୍ବାନୁମାନ କରିଥିଲା ତାହା ଶେଷ ମୁହୁର୍ତ୍ତରେ ବଦଳି ଯାଇଥିଲା । “ଅସାନି’ବର୍ତ୍ତମାନ ଏହାର ଦିଗ ବଦଳାଇ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ।

“ଅସାନି’ବର୍ତ୍ତମାନ ଭିଷଣ ଝଡ଼ରୁ ଝଡ଼ରେ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତର ରୂପ ନେବ । ଏହା କ୍ରମେ ଦୁର୍ବଳ ହୋଇ ଆଗକୁ ଗତି କରୁଛି । ଏହାର ପ୍ରଭାବରେ ଓଡ଼ିଶା ଉପରେ ବିଶେଷ କିଛି ରହିବ ନାହିଁ । ଓଡ଼ିଶା ଉପରେ ଏବେ ଆଉ ଅଧିକ ବର୍ଷା ହେବାର କୌଣସି ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.