fbpx

ଦୁଇ ଦିନର ପଚରାଉଚରା ପରେ ମନେରଗା ଅର୍ଥ ହେରଫେର ମାମଲାରେ ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଗିରଫ ଇଡି

Advertisement

ରାଞ୍ଚି: ଝାଡ଼ଖଣ୍ଡର ଚର୍ଚ୍ଚିତ ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡର ଖଣି ସଚିବ ଆଇଏସ ପୂଜା ସିଙ୍ଗଲ ଏବଂ ତାଙ୍କ ସ୍ୱାମୀ ଅଭିଷେକଙ୍କୁ ଗିରଫ କରାଯାଇଛି। ସିଙ୍ଗଲ ବୁଧବାର ଦିନ ମନେରଗା ପାଣ୍ଠିରୁ ଅର୍ଥ ହଡପ କରିବା ଏବଂ ଖୁଣ୍ଟିରେ ହୋଇଥିବା ଅଭିଯୋଗ ଅଭିଯୋଗରେ ଲଗାତାର ଦ୍ୱିତୀୟ ଦିନ (ଇଡି) ରେ ହାଜର ହୋଇଥିଲେ। ସ୍ୱାମୀଙ୍କ ସହ ମୁହାଁମୁହିଁ ପଚରାଉଚରା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା।

୨୦୦୦ ବ୍ୟାଚ୍ ଆଇଏଏସ ଅଧିକାରୀ ପୂଜାଙ୍କୁ ଧନ ଶୋଷଣ ଅଧିନିୟମନର ଧାରାରେ ତାଙ୍କୁ ଇଡି ଗିରଫ କରିଛି । ଗିରଫ ପରେ ଉଭୟଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସଦର ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ପ୍ରାରମ୍ଭିକ ପରୀକ୍ଷାରେ ଉଭୟ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୂଜାଙ୍କୁ ଜେରା ସମୟରେ ସେ ତାଙ୍କର ଉତ୍ତରରେ ତାଳମେଳ ରଖିପାରୁ ନଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏବେ ଇଡି ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରିବ ।

 

Get real time updates directly on you device, subscribe now.