fbpx

ବାତ୍ୟା ଆଶ୍ରୟ ସ୍ଥଳୀ ଫେରନ୍ତାଙ୍କ ଉପରେ ରଖାଯିବ ନଜର

ଭୁବନେଶ୍ୱର(ଓଡ଼ିଶା ଭାସ୍ମର): ବାତ୍ୟା ଆଶ୍ରୟସ୍ଥଳରୁ ଫେରୁଥିବା କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ଏହା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ୟାଶ ପ୍ରଭାବିତ ଜିଲ୍ଲାର ଜିଲ୍ଳାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ଆଶ୍ରୟସ୍ଥଳୀରୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ । ପୁନରୁଦ୍ଧାର କାର୍ଯ୍ୟ କରିଥିବା କର୍ମଚାରୀଙ୍କ ଉପରେ ବି ନଜର ରଖିବାକୁ ନିର୍ଦ୍ଧେଶ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ପୁରୀ, କୁଟକ, ଢେଙ୍କାନାଳ, ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ । । ହାଉସ ଟୁ ହାଉସ ସର୍ଭେ ଟିମ୍ କୁ ଏନେଇ ସଚେତନ କରିବାକୁ କହିବା ସହ ଯଦି କାହାଠାରେ ଲକ୍ଷଣ ଦେଖାଦିଏ ଆଇସୋଲେସନରେ ରହି ଟେଷ୍ଟ କରାଇବାକୁ ନିର୍ଦ୍ଧେଶ ।

Get real time updates directly on you device, subscribe now.