ନୂଆଦିଲ୍ଲୀ: ସମୁଦ୍ରରୁ ବାହାରି ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଫେଙ୍ଗଲ’ । ପୁଡୁଚେରୀ ନିକଟରେ ସ୍ଥଳଭାଗରେ ପାଦ ଦେଇଛି ଏହି ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ବର୍ତ୍ତମାନ ୩-୪ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଜାଣିବାକୁ ମିଳିଛି । ବାତ୍ୟା ଫେଙ୍ଗଲ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ନଭେମ୍ବର ମାସରେ ସରିବାକୁ ବସିଲାଣି ତଥାପି ବାତ୍ୟା ପିଛା ଛାଡୁନି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଫେଞ୍ଜଲ ରଚିବ ତାଣ୍ଡବ । ଏବେ ଠାରୁ ଆକାଶକୁ ଘୋଡିଆସିଲାଣି ବର୍ଷା । ଅଶାନ୍ତ ହୋଇ ପଡିଲାଣି ସମୁଦ୍ର, ସୁ ସୁ ଗର୍ଜନ ସୁରକ୍ଷା ବନ୍ଧ ଡେଇଲାଣି ସମୁଦ୍ର ପାଣି । ୭୦ରୁ ୯୦ କିଲୋମିଟର ବେଗରେ ମାଡିଆସୁଛି ପବନ ।