fbpx

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ସକାଳୁ ଲଘୁଚାପ !

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଆରମ୍ଭ ହୋଇସାରିଛି । ଆଜିି ସକାଳ ସାଢେ ୮ଟାରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ତାରିଖ ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଏବଂ ୯ ତାରିଖ ସକାଳେ ଏହା ଘନୂଭୀତ ହୋଇ ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟାରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ୮ ତାରିଖରୁ ବର୍ଷା ଆରମ୍ଭ ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରରେ ଘଣ୍ଟାପ୍ରତି ୬୦ କିମି ବେଗରେ ପବନ ବହିବ । ୯ ତାରିଖରେ ବାତ୍ୟାର ଦିଗ ଓ ଗତିକୁ ନେଇ ସବିଶେଷ ସୂଚନା ମିଳିବ ।

୭ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ ନିରାପଦ ସ୍ଥାନକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ୭ରୁ ୧୦ ତାରିଖ ମଧ୍ୟ ସମୁଦ୍ର ମଧ୍ୟକୁ କୌଣସି ଡଙ୍ଗା, ଛୋଟ ଜାହାଜ, ଟ୍ରଲର ଏବଂ ବୋଟ୍ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାରେ ବାତ୍ୟାର ପ୍ରଭାବ ସେତେଟା ନାହିଁ ବୋଲି ଅକଳନ କରାଯାଉଛି ।

 

Get real time updates directly on you device, subscribe now.