fbpx

ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୫୪ କୁ ବୃଦ୍ଧି , ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ

ନୂଆଦିଲ୍ଲୀ: ମଣିପୁରରେ ହିଂସା ହେତୁ ଏପର୍ୟ୍ୟନ୍ତ ୫୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ୫୪ ମୃତକଙ୍କ ମଧ୍ୟରୁ ୧୬ ଟି ମୃତଦେହ ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାର ରଖାଯାଇଥିବାବେଳେ ୧୫ ଟି ମୃତଦେହ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଇମ୍ଫାଲ ଇଷ୍ଟରେ ଅଛି ବୋଲି ପିଟିଆଇ ରିପୋର୍ଟରେ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଇମ୍ଫାଲ ୱେଷ୍ଟର ଲ୍ୟାମ୍ପେଲରେ ଥିବା ଆଞ୍ଚଳିକ ମେଡିକାଲ ସାଇନ୍ସ ୨୩ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ସେନା ଏବଂ ଆସାମ ରାଇଫଲର ପ୍ରାୟ ୧୦,୦୦୦ ସୈନିକ ନିୟୋଜିତ ହୋଇଛନ୍ତି।

ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ପିଟିଆଇ ସୂତ୍ରରୁ ପ୍ରକାଶ। ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ଗୁଳି ବାଜି ଆହତ ହୋଇଥିବା ଅନେକ ଲୋକ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି । ପୋଲିସ ଏସମ୍ପର୍କରେ ସୂଚନା ଦେବାକୁ ପ୍ରସ୍ତୁତ ନଥିଲା।ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ମଣିପୁରକୁ ଅଧିକ ସେନା, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ସେଣ୍ଟ୍ରାଲ୍ ପୋଲିସ୍ ଫୋର୍ସ ପଠାଯାଇଛି।

 

Get real time updates directly on you device, subscribe now.