fbpx

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଇଡା’, ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ

AAKASH

ନୂଆଦିଲ୍ଲୀ: ବର୍ତମାନ ସମୟରେ ସାମୁଦ୍ରିକ ଝଡ଼ ‘ଇଡା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଝଡ଼ ଭୟଙ୍କର ତୋଫାନରେ ପରିଣତ ହୋଇ ସାରିଥିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଘଂଟା ପ୍ରତି ୨୨୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ରିପୋର୍ଟ ମୁତାବକ, ଆମେରିକାର ଲୁଇସିୟାନା ତଟ ଅଂଚଳରେ ଏହାର ପ୍ରକୋପ ଜାରି ରହିବ । ତେଣୁ ବିପଦର ଆଶଙ୍କାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ଆଶ୍ରୟ କେନ୍ଦ୍ର ସ୍ଥାପନ କରାଯାଇଛି ।

ତେବେ ଜାତୀୟ ହରିକେନ୍ ସେଂଟର ପକ୍ଷରୁ କୁହାଯାଇଛି ଯେ, ଇଡା ଆଗକୁ ଭୟଙ୍କର ତୋଫାନରେ ପରିଣତ ହେବ । ଆଜିକୁ ଠିକ୍ ୧୬ ବର୍ଷ ପୂର୍ବେ ତୋଫାନ୍ ‘କ୍ୟାଟରିନା’ ଲୁଇସିୟାନା ଓ ମିସିସିପିରେ ଭୟଙ୍କର ଉତ୍ପାତ ମଚାଇଥିଲା । ଗତ ୨୦୦୫ ଅଗଷ୍ଟ ୨୯ରେ ତୋଫାନ୍ ‘କ୍ୟାଟରିନା’ ପ୍ରଭାବରେ ୧୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । କୋଭିଡ୍ ଟିକାକରଣ ଜାରି ରହିବା ସହ ଡେଲ୍ଟା ଭାରିଆଂଟର ସଂକ୍ରମଣ ବଢ଼ୁଥିବା ସମୟରେ ‘ଇଡା’ର ଆଗମନ ଆଶଙ୍କାକୁ ବହୁଗୁଣିତ କରିଦେଇଛି । ତେଣୁ ବିନା କାରଣରେ ଘରୁ ନ ବାହାରିବାରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତୋଫାନ୍ ପହଂଚିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଆପାତକାଳୀନ ଲାଗୁ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.