fbpx
BSKY SKY
BSKY SKY

ମଜା ହୋଇଗଲା ସଜା ! ବଡ ପୁଅର କରାଇଲେ ଡିଏନଏ ଟେଷ୍ଟ, ରିପୋର୍ଟ ଦେଖି…

BSKY

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ଆସି ନିଜ ପୁଅର ଡିଏନଏ ଟେଷ୍ଟ କରିଥିଲେ । ହେଲେ ଟେଷ୍ଟରେ ଯାହା ବାହାରିଲା ତାହା ଜାଣିବାପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତାଙ୍କ ୧୨ ବର୍ଷର ପୁଅର ଡିଏନଏ୍ ଟେଷ୍ଟ କରିଥିଲେ । ଆଉ ରିପୋର୍ଟ ଆସିବାପରେ ସେ କଣ କରିବେ ବୁଝିପାରିନଥିଲେ । ଯାହାକୁ ସେ ନିଜ ପୁଅ ବୋଲି ଭାବୁଥିଲେ, ତାର ଡିଏନଏ ଟେଷ୍ଟ କିଛି ଅଲଗା ହିଁ କହୁଥିଲା ।

ଆମେରିକାରେ ରହୁଥିବା ଦମ୍ପତି ଡୋନା ୱନ୍ନର୍ ଜନସନ୍ ଙ୍କ ସହିତ ସବୁଠାରୁ ବଡ଼ ଧୋକା ହୋଇଛି । ଦୁଇଟି ସନ୍ତାନର ବାପା ୱନ୍ନର୍ ଜନସନ୍ ୧୨ ବର୍ଷ ପରେ ମଜାକ୍ ରେ ଯେତେବେଳେ ବଡ଼ ପୁଅର ଡିଏନଏ ଟେଷ୍ଟ୍ କରାଇଥିଲେ । ସେତେବେଳେ ତାଙ୍କୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପୁଅ ନୁହେଁ । ତେବେ ଏହି କନଫ୍ୟୁଜନ୍ ର କାରଣ ହେୁଛି ଆଇଭିଏଫ୍ ସମୟରେ ଫ୍ୟୁଜନ୍ ରେ ହୋଇଥିବା ଭୂଲ୍ ।

ବାସ୍ତବରେ ଡୋନା ଏବଂ ୱନ୍ନର୍ ଜନସନ୍ ଦ୍ୱିତୀୟ ପୁଅ ଇଚ୍ଛାରେ ୨୦୦୭ ମସିହାରେ ଆଇଭିଏଫ୍ ସହାୟତାରେ ବାପା-ମାଆ ହୋଇଥିଲେ । ପତ୍ନୀ ଡୋନା ଆଇଭିଏଫ୍ ଜରିଆରେ ମାତାପିତା ହୋଇଥିଲେ । ପରିବାର ସହିତ ବେଶ୍ ଖୁସିରେ ଥିଲେ ୱନ୍ନର୍ । ହେଲେ ଦିନେ ମଜାକ୍ ରେ ଆସି ନିଜ ପୁଅର ଡିଏନଏ ଟେଷ୍ଟ କରିଥିଷଳ । ହେଲେ ଟେଷ୍ଟ୍ ରେଜଲ୍ଟ ମୁହଁର ହସ ଛଡ଼ାଇନେଲା । ଏନେଇ ଅଭିଯୋଗ କରାଯିବା ପରେ ଯାଞ୍ଜ ହୋଇଥିଲା । ଆଉ ତଦନ୍ତରୁ ଜଣାପଡ଼ିଥିଲା ଯେ, ଆଇଭିଏଫ୍ ପ୍ୟୁଜନ୍ ସମୟରେ ଗଡ଼ବଡ଼ ହୋଇଛି । ଅର୍ଥାତ୍ ଡୋନାଙ୍କ ଏଗ୍ ଅନ୍ୟ କାହାର ସ୍ପର୍ମ ସହିତ ଫ୍ୟୁଜନ୍ ହୋଇଯାଇଛି ।

Get real time updates directly on you device, subscribe now.