fbpx

କାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ, ଶବ୍ଦ ଶୁଣି ସ୍ଥାନୀୟ ଲୋକ ଭୟଭୀତ; ୨ ମୃତ

କାବୁଲ: କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ ।ବିସ୍ଫୋରଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ସିରିଜ୍ ବିସ୍ଫୋରଣର ତିନି ଦିନ ପରେ ପୁଣି ଥରେ ବିସ୍ଫୋରଣ ହୋଇଛି ।

ବିସ୍ଫୋରଣ ସ୍ଥାନରୁ ଧୂଆଁ ଖୁବ୍ ଜୋରରେ ବାହାରୁଥିବା ଦେଖିବାକୁ ମିଳିଥିଲା । ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଏହି ଆକ୍ରମଣ ରକେଟ୍ ମାଧ୍ୟମରେ କରାଯାଇଛି। ଉତ୍ତର କାବୁଲର ଏକ ଆବାସିକ ଅଞ୍ଚଳ ଖ୍ୱାଜା ବୁଗ୍ରା ଠାରେ ଏହି ଆକ୍ରମଣ କରାଯାଇଛି। ରକେଟ୍ ଏଠାରେ ଥିବା ଏକ ଘର ଉପରେ ପଡିଥିଲା। ଏହି ଅଞ୍ଚଳ କାବୁଲ ବିମାନବନ୍ଦରଠାରୁ ଖୁବ୍ ପାଖରେ । ତେବେ ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର ଦିନ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଏକ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

Get real time updates directly on you device, subscribe now.