fbpx

ମାଡ଼ି ଆସୁଛି ବାତ୍ୟା: ଅଳ୍ପ ପବନ, ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଇଏମଡିଙ୍କ ଆକଳନ ଅନୁସାରେ ବାତ୍ୟା ଆସନ୍ତା କାଲି ଲ୍ୟାଣ୍ଡଫଲ୍ କରିବ । ଆନ୍ଧ୍ରର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଛି । ଏହାର ପ୍ରଭାବରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା; ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଅଧିକ ପ୍ରଭାବିତ ହେବ ।

ଆକଳନ ଅନୁସାରେ ଅଳ୍ପ ପବନ, କିନ୍ତୁ ପ୍ରବଳ ବର୍ଷା ହେବ । ଏହି ବର୍ଷାର ପ୍ରଭାବ ଆସନ୍ତାକାଲି ଓ ପହରଦିନ ଅଧିକ ରହିବ । ତେଣୁ ସମ୍ଭାବ୍ୟ ବାତ୍ୟା ପାଇଁ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏସଆରସି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ଅଧିକ ବିପଦ ଥିବା ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଓ ପ୍ରସ୍ତୁତି ଜାରି ରହିଛି । ୭ ଜିଲ୍ଲା ସହିତ ନୟାଗଡ଼ରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମୁତୟନ ହେବେ ।

ଓଡ୍ରାଫ୍ ର ୪୨ ଓ ଏନଡିଆରଏଫ୍ ର ୨୪ଟି ଟିମ୍ ମୁତୟନ କରାଯିବେ । ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ ହୋଇପାରେ ବୋଲି ଏସଆରସି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ । ଏହି ବାତ୍ୟା ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ । ବାତ୍ୟା ତିତଲି ଭଳି ଗଜପତି, ରାୟଗଡ଼ାରେ ଭୁସ୍ଖଳନ ହୋଇପାରେ । ୯୫ ବେଗରେ ପବନ ହୋଇପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଏହା ଫଳରେ ଛୋଟ ଛୋଟ ଗଛ ଉପୁଡ଼ିପାରେ ।

Get real time updates directly on you device, subscribe now.