fbpx

‘ବାହାଦୁରୀ ପଣିଆ ଯୋଗୁଁ ଜୀବନ ଗଲା’, ଓଡ୍ରାଫ୍ ଟିମର ଭୂମିକା ନେଇ ଏପରି କହିଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସାମ୍ବାଦିକ ଜଗତକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । ମହାନଦୀର ଭରା ପାଣିରେ ସାମ୍ବାଦିକଙ୍କୁ ସାଙ୍ଗରେ ନେଇ ଯାଉଥିବା ବେଳେ ଓଡ଼୍ରାଫ ଟିମର ବୋଟ୍ ଓଲଟିପଡିଥିଲା । ତେବେ ପାଣି ଭିତରକୁ ନିଜର ବାହାଦୁରୀ ପଣିଆ ଦେଖାଇ ଯିବା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ।

Get real time updates directly on you device, subscribe now.