fbpx

ବାତ୍ୟା ଜୱାଦ ଅପଡେଟ୍: ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଦମକଳ କେନ୍ଦ୍ରକୁ ହାଇ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଜାରି କରିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ସବୁ ଦମକଳ କେନ୍ଦ୍ରକୁ ହାଇଆଲର୍ଟ । କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଅଗ୍ନଶମ ଟିମ୍ କୁ ସ୍ଥାନାନ୍ତରିତ କରାଯାଇଛି । ସମ୍ବଲପୁର ଜୋନର ୨୫ଟି ଟିମ୍ କଟକର ନରାଜକୁ ସ୍ଥାନାନ୍ତରିତ ହୋଇଛନ୍ତି । ନରାଜରେ ୪୫ଟି ଓ ଭୁବନେଶ୍ୱରରେ ୨ଟି ଟିମକୁ ସଜାଗ ରଖାଯାଇଛି ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି  । ଏହା ପଶ୍ଚିମ ଆଡକୁ ମୁହଁଉଛି । ତେବେ ଏହା ୪ ଓ ୫ତାରିଖ ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିିଛି । ଏହି ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବା ନେଇ ଅନୁମାନ କରାଯାଉଛି । ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ୪ ତାରିଖ ବେଳକୁ ପବନ ୭୦ରୁ ୯୦ କିମି ପର୍ଯ୍ୟନ୍ତ ବହିବ । ତେବେ ଡିପ୍ରେସନରେ ପରିଣତ ହେଲା ପରେ ସ୍ପଷ୍ଟ ହେବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଏହାର ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବ କହିଛନ୍ତି ଡିଜି ।

Get real time updates directly on you device, subscribe now.