fbpx

ସକାଳୁ ଚାଲୁଥିଲେ ଏହି ସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ; ନଚେତ ଭୋଗିବେ ସମସ୍ୟା

ପ୍ରାୟତଃ ଲୋକମାନେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଫୋନ୍‌ର ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ। କିଛି ଲୋକ ମର୍ଣ୍ଣିଂ ୱାକ୍ କରିବା ବେଳେ ଗୀତ ଶୁଣନ୍ତି। ସେହିପରି ଆଉ କିଛି ଲୋକ କଲ୍‌ରେ କଥା ହୋଇ ମର୍ଣ୍ଣିଂ ୱାକ୍ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଅଭ୍ୟାସ ଆପଣଙ୍କୁ ବଡ଼ ବିପଦରେ ପକାଇପାରେ।

ବିଶେଷଜ୍ଞଙ୍କ ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରିବା ବେଳେ ସ୍ପାଇନାଲ୍ କଡ୍ ସର୍ବଦା ସିଧା ରହିବା ଉଚିତ୍। ହେଲେ ଯେତେବେଳେ ଆପଣ ମୋବାଇଲ୍ ବ୍ୟବହାର କରନ୍ତି ସେହି ସମୟରେ ଆପଣଙ୍କର ସବୁ ଧ୍ୟାନ ଫୋନ ଉପରେ ଥାଏ ଓ ଆପଣ ସ୍ପାଇନାଲ୍ କଡ୍ ସିଧା କରି ଚାଲନ୍ତି ନାହିଁ। ଯଦି ଆପଣ ଦୀର୍ଘ ଦିନ ଧରି ଏଭଳି ମର୍ଣ୍ଣିଂ ୱାକ୍ କରିବେ ତେବେ ଆପଣଙ୍କର ବଡି ପୋଶ୍ଚର ବିଗିଡି ଯିବ।

ୱାକ୍ କରିବା ସମୟରେ ଶରୀରକୁ ଫୂର୍ତ୍ତି ରଖିବା ଉଚିତ୍। ଆପଣ ଯଦି ଏହି ସମୟରେ ଗୋଟିଏ ହାତରେ ଫୋନ୍ ଧରି ଚାଲିବେ ତେବେ ଆପଣଙ୍କର ମାଂଶପେଶୀ ଅସନ୍ତୁଳିତ ହେବ। ଏହାଦ୍ଵାରା ମାଂଶପେଶୀ ସମସ୍ୟା ସୃଷ୍ଟି ହେବ। ଯଦି ଆପଣ ଫୋନ୍ ବ୍ୟବହାର ଅଧିକ ସମୟ ଯାଏଁ କରନ୍ତି ତେବେ ଏହାଦ୍ଵାରା ଆପଣଙ୍କର ପିଠିରେ ସମସ୍ୟା ହେବ। ତେଣୁ ମର୍ଣ୍ଣିଂ ୱାକ୍ କରିବା ବେଳେ ଜମାବି ଫୋନ୍‌ର ବ୍ୟବହାର କରନ୍ତୁ ନାହିଁ।

Get real time updates directly on you device, subscribe now.