fbpx

ରାମ ଗୋପାଳ ବର୍ମା ସେୟାର କଲେ ୫୮ ବର୍ଷ ପୁରୁଣା ଓମିକ୍ରନ ଫଟୋ,  ଜାଣନ୍ତୁ ଏହା ପଛର ରହସ୍ୟ

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଭୟଭୀତ କରିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏମ ଏଭଳି ପୋଷ୍ଟର ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏକ ପୋଷ୍ଟର ସେୟାର କରି ଏକ ଡରାଇବା ଭଳି କ୍ୟାପ୍ସନ ମଧ୍ୟ ଦେଇଛନ୍ତି । ସେ ଲେଖିଚନ୍ତି ୧୯୬୩ ରେ ଏହି ଫିଲ୍ମ ରିଲିଜ ହୋଇସାରିଛି । ଫିଲ୍ମର ପୋଷ୍ଟରର ଚର୍ଚ୍ଚା ହେଉଛି । ତେବେ ପୋଷ୍ଟରରେ ଦେଖାଯାଉଥିବା ଏହା ପ୍ରକୃତ ସତ୍ୟ ନୁହେଁ ।

ସବୁବେଳେ ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଏକ ପୋଷ୍ଟର ସେୟାର କରିଛନ୍ତି । ଯାହାର କ୍ୟାପ୍ସନରେ ଲେଖିଛନ୍ତି ବିଶ୍ୱାସ କରନ୍ତୁ ନଚେତ ବେହୋସ ହୋଇ ଯାଆନ୍ତୁ,.. ଏହି ଫିଲ୍ମ ୧୯୬୩ ରେ ଆସିଥିଲା… ଏହାର ଟ୍ୟାଗ ଲାଇନ ଦେଖନ୍ତୁ । ପୋଷ୍ଟର ଟ୍ୟାଗ ଲାଇନ ରହିଛି, ସେହିଦିନ ଯେବେ ପୃଥିବୀ ମଶାଣି ପାଲଟିଯାଇଥିଲା ‘ଦ ଓମିକ୍ରନ ଭାରିଏଣ୍ଟ’ ।

ତାଙ୍କର ଏହି ପୋଷ୍ଟରେ ଅନେକ ଲୋକ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହାକୁ ମିଛ ଫିଲ୍ମ ବୋଲି କହିଛନ୍ତି ଏବଂ କେହି ଏଭଳି ମିଛ ମେସେଜଠାରୁ ଦୂରେଇ ରହିବାକୁ ମଧ୍ୟ କମେଣ୍ଟ କରିଛନ୍ତି । ଏହାକୁ ୭୦ଦଶକର ଫିଲ୍ମର ଟାଇଟଲକୁ ନେଇ ଏଡିଟ କରାଯାଇ ତିଆରି କରାଯାଇଛି ବୋଲି ମଧ୍ୟ କମେଣ୍ଟ କରିଛନ୍ତି ୟୁଜର୍ସ ।

ତେବେ ଆଇଏମଡିବି ଅନୁଯାୟୀ ଏହା ଓମିକ୍ରନ ଭାରିଏଣ୍ଟ ନୁହେଁ କେବଳ ଓମିକ୍ରନ ବୋଲି ଫିଲ୍ମ ରହିଛି । ଯେଉଁଥିରେ ଏକ ଏଲିୟନ ପୃଥିବୀକୁ ଆସି ଏଠାରେ ଚାଲିଚଳଣ ଶିଖିଥଲା ଫଳରେ ସେମାନଙ୍କ ଗ୍ରହର ପ୍ରଜାତି ଏହି ଗ୍ରହରେ କବ୍ଚା କରିପାରିବେ । ସେହିଭଳି ୨୦୧୩ ମଧ୍ୟ ଏକ ଫିଲ୍ମ ଆସିଥିଲା ଯାହାର ନାମ ‘ଦ ଭିଜିଟର ଫ୍ରମ ପ୍ଲାନେଟ ଓମିକ୍ରନ’ ରହିଥିଲା । ଏହାଛଡ଼ା ଗ୍ରୀକ ଭାଷାରେ ମଧ୍ୟ ଓମିକ୍ରନ ନାମ ବ୍ୟବହାର ହୋଇଆସୁଛି ।

Get real time updates directly on you device, subscribe now.