fbpx

ବାତ୍ୟା ଜୱାଦ ଅପଡେଟ୍: କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ । ୩ରୁ ୫ ତାରିଖ ଯାଏଁ ଅଫିସରଙ୍କ ଛୁଟି ବାତିଲ । ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି । ଏହା ପଶ୍ଚିମ ଆଡକୁ ମୁହାଁଉଛି । ତେବେ ଏହା ୪ ଓ ୫ତାରିଖ ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିିଛି । ଏହି ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବା ନେଇ ଅନୁମାନ କରାଯାଉଛି । ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ୪ ତାରିଖ ବେଳକୁ ପବନ ୭୦ରୁ ୯୦ କିମି ପର୍ଯ୍ୟନ୍ତ ବହିବ । ତେବେ ଡିପ୍ରେସନରେ ପରିଣତ ହେଲା ପରେ ସ୍ପଷ୍ଟ ହେବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଏହାର ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବ କହିଛନ୍ତି ଡିଜି ।

Get real time updates directly on you device, subscribe now.