fbpx

ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବେ ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଛି । ଏବେ ଏହା ଗୋପାଳପୁରରୁ ୪୭୦ କିମି ଦୂରରେ ରହିଛି । ତେବେ ଏହା ସ୍ଥଳ ଭାଗ ଛୁଇଁବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ୪ ତାରିଖ ଶନିବାର ଠାରୁ ବର୍ଷା ଆରମ୍ଭ ହେବ ।

ସେପଟେ ସରକାର ସମସ୍ତ ଜରୁରୀ ପଦକ୍ଷେପ ନେଉଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଠାରୁ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ନେଇ କହିଛନ୍ତି ଏସଆରସି ।

Get real time updates directly on you device, subscribe now.