fbpx

ସମ୍ଭାବ୍ୟ ବାତ୍ୟା, ଉତ୍ତର-ଉପକୂଳ ଓଡ଼ିଶା ପ୍ରଭାବିତ ଆଶଙ୍କା !

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସମ୍ଭାବ୍ୟ ବାତ୍ୟା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆଜି ଅବପାତ ରୂପ ନେବ ଲଘୁଚାପ । ଉତ୍ତର-ଉପକୂଳ ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ପ୍ରାକ୍ ପ୍ରସ୍ତୁତି ଜାରି ରହିଛି । ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରିଦିଆଯାଇଛି । ସେଲଟର ପ୍ରସ୍ତୁତି କରିବାକୁ ଜିଲ୍ଳାପାଳମାନଙ୍କୁ କୁହାଯାଇଛି । ଉତ୍ତର ଓଡ଼ିଶାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଆଜିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ରରେ ଥିବେ ୧୭ତାରିଖ ସନ୍ଧ୍ୟା ସୁଦ୍ଧା ଫେରିବେ ।

ଏହାସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଚାଷୀ ଭାଇମାନଙ୍କୁ ମଧ୍ୟ ସତର୍କ କରିଦିଆଯାଇଛି । ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇନପାରେ କିନ୍ତୁ ତଥାପି ଦୃଷ୍ଟି ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ରାଜ୍ୟର ୧୨ଟି ଜିଲ୍ଲାକୁ ବିଶେଷ ଭାବେ ସତର୍କ ରହିବାକୁ କୁହାଯାଇଛି । ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମ ବିଭାଗ ସହ ଆଲୋଚନା ହୋଇଛି । ଗତିପଥ ଜଣାପଡ଼ିବା ପରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.