fbpx

ମିଆଁମାରରେ ପ୍ରଳୟ ରଚିଲା ବାତ୍ୟା ‘ମୋକା’: ୮୧ ଲୋକଙ୍କ ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ

ଢ଼ାକା: ବାତ୍ୟା ‘ମୋକା’ ପ୍ରଭାବରେ ମିଆଁମାରରେ ବ୍ୟାପକ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ବାତ୍ୟାରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣଙ୍କର ପତ୍ତା ମିଳୁନାହିଁ । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ସମାଚାର ଏଜେନ୍ସି ଏଏଫପି ଏହି ସୂଚନା ସ୍ଥାନୀୟ ଅଧିକାରୀଙ୍କୁ ଦେଇଛି ।

ବାତ୍ୟା ଯୋଗୁଁ ମାଟିରେ ମିଶିଯାଇଛି ଅନେକ ଘର । ବିଦ୍ୟୁତ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଛି । ତେବେ ରବିବାର ଦିନ ବାଂଲାଦେଶ ଓ ମିଆଁମାର ମଝିରେ ସ୍ଥଳଭାଗ ଛୁଇଁଥିଲା ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା।

ଗତ ଦୁଇ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖାଦେଇଛି । ବାତ୍ୟା ଯୋଗୁ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.