fbpx

ରବିବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋଚା’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବାତ୍ୟା ମୋଚା ରବିବାର ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ମିଆଁମାର ଠାରୁ ୨୧୦ କିମି ଦୂରରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୨୪୦ କିଲୋମିଟର ରହିବ । ବର୍ତ୍ତମାନ ଏହା ସୁପର ସାଇକ୍ଲୋନ୍ ରେ ପରିଣତ ହୋଇସାରିଛି । ବାଂଲାଦୋର କକ୍ସର ବଜାର ଓ ମିଆଁମାର ମଧ୍ୟରେ ପ୍ରାୟ ଲ୍ୟାଣ୍ଡଫଲ କରିବର ପୂର୍ବାନୁମାନ କରାଯାଇଛି ।

ଏହାର ପ୍ରଭାବରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବାନା ରହିଛି । ୧୪ ମେ ରୁ ୧୭ ମେ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ଘଡଘଡି ଓ ବଜୁଳୀ ମାରିବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ରାଜସ୍ଥାନ, ହରିୟାଣା, ଦକ୍ଷିଣ-ପଶ୍ଚିମ ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ, ମହାରାଷ୍ଟ୍ର ଓ ଗୁଜୁରାଟରେ ୧୫ରୁ ୧୭ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଶନିବାର ବିଳମ୍ବିତ ରାତିରେ ବାଂଲାଦେଶୀ କର୍ତ୍ତୃପକ୍ଷ କକ୍ସର ବଜାରରେ ୧୯୦,୦୦୦ ଏବଂ ଚିତ୍ତଗୋଙ୍ଗାରେ ପ୍ରାୟ ୧୦୦,୦୦୦ ଲୋକଙ୍କୁ ନିରାପତ୍ତାକୁ ସ୍ଥାନାନ୍ତର କରିଛନ୍ତି। ପ୍ରାୟ ୫୦୦ କିଲୋମିଟର ଦୂରରେ ମିଆଁମାରର ବାଣିଜ୍ୟିକ ହବ୍ ୟାଙ୍ଗୋନରେ ବର୍ଷା ଓ ପବନ ଅନୁଭୂତ ହୋଇଛି ବୋଲି ରବିବାର ବାସିନ୍ଦା କହିଛନ୍ତି। ତେବେ ବାତ୍ୟା ପରେ ଭୂସ୍ଖଳନ ହେବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.