fbpx

ବିଷାକ୍ତ ମଦ ସାଜିଲା କାଳ: ୩ ଜଣଙ୍କ ମୃତ୍ୟୁ, ୩୦ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ମଦ୍ୟପାନ ଉପରେ ରୋକ ଲାଗି ପାରୁନାହିଁ । ମଦ୍ୟପାନ କାରଣରୁ ଦୈନନ୍ଦିନ ଜୀବନରେ ଅନେକ ଦୁର୍ଘଟଣା ଘଟି ବହୁଲୋକ ମୃତାହତ ହେଉଛନ୍ତି । ମଦ କାରଣରୁ ଅନେକ ପରିବାର ବର୍ବାଦ ହୋଇଯିବା ସହ ଅନେକ ନିରୀହ ପିଲା ଅନାଥ ହୋଇ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ଆଜିର ସମୟରେ ମଦ୍ୟପାନ ଆମ ସମାଜ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।

ତେବେ ଏହା ମଧ୍ୟରେ ତାମିଲନାଡ଼ୁରୁ ଏକ ବଡ଼ ଖବର ଆସିଛି । ବିଷାକ୍ତ ମଦ୍ୟପାନ କରି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଏହି କାରଣରୁ ୩୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟର ବିଲୁପୁରମ ଜିଲ୍ଲାର ମରକ୍କାନମରେ ଏହି ଘଟଣା ଦେଖିବାକୁ ମିଳିଥିଲା । ବିଷାକ୍ତ ମଦ ସେବନ କରିବା ଫଳରେ ୩ ଜଣଙ୍କ ପ୍ରାଣହାନୀ ଘଟିବା ପରେ ଅନ୍ୟ ୩ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାିଥିଳା । ଏବେ ବି କିଛି ଲୋକଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛ ।

ତେବେ ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ଚଳିତ ମାସରେ ଏହା ପୂର୍ବରୁ ମଧ୍ୟ ଏକ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ନକଲି ମଦ ବିକ୍ରି ଉପରେ ରୋକ ଲାଗୁ ନେଇ ପଦକ୍ଷେପ ନିଆଯାଇଥିଲେ ହେଁ ଏବେ ପୁଣି ଥରେ ରାଜ୍ୟରେ ନକଲି ମଦ ବିକ୍ରି ହେଉଥିବା ଅନେକ କହିଛନ୍ତି । ତେଣୁ ପ୍ରଶାସନ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.