fbpx
BSKY
BJD SHG SKY
BJD MC SKY

‘ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବର୍ତ୍ତମାନ ଆମେ ଏକ ସମୟରେ ଦୁଇ ଦୁଇଟି ବିପଦର ସାମନା କରୁଛୁ । ଗୋଟିଏ ହେଲା କରୋନା ଓ ଅନ୍ୟ ଟି ହେଲା ୟଶ୍ । ଲୋକଙ୍କ ସ୍ଥାନାନ୍ତରଣ ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ଯେଉଁଠି ବି ଥାଆନ୍ତୁ ଡବଲ୍ ମାସ୍କ ବ୍ୟବହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କରୋନା ସମୟରେ ବାତ୍ୟା ଆସିଥିବାରୁ ଅଧିକ ସତର୍କ ରହିବାକୁ ପଡିବ । ଡବଲ ବିପଦ ପାଇଁ ଡବଲ ମାସ୍କ। ତାସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନର ସାମନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି କହିଥିଲେ । ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇଛନ୍ତି । ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Get real time updates directly on you device, subscribe now.