fbpx

ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…

ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍ ୨-ଡିଜିର ଶୁଭାରମ୍ଭ କରିଥିଲେ । କରୋନା ଲଢ଼େଇ ପାଇଁ ଏହା ବରଦାନ ସଦୃଶ ବୋଲି କୁହାଯାଉଛି । ତେବେ ଏହାରି ମଧ୍ୟରେ ପ୍ରମୁଖ ଔଷଧ ନିର୍ମାଣକାରୀ ସଂସ୍ଥା  ରୋଶ୍ ଇଣ୍ଡିଆ ଓ ସିପ୍ଲା ପକ୍ଷରୁ ଏକ ଆଣ୍ଟିବଡି କକଟେଲ୍ ଲଞ୍ଚ କରିଥିବା ଘୋଷଣା କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ରହିଛି । ୫୯ ହଜାର ୭୫୦ ଟଙ୍କା ମୂଲ୍ୟର ଏହି ଔଷଧ କୋଭିଡ୍ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି ।

ସିପ୍ଲା ଓ ରୋଶ୍ ପକ୍ଷରୁ ମିଳିତ ଭାବେ କୁହାଯାଇଛି ଯେ ଆଣ୍ଟିବଡି କକଟେଲ୍ (କୈସିରିୱମୈବ୍ ଓ ଇମଦେୱିମାବ୍)ର ପ୍ରଥମ ପର୍ଯ୍ୟାୟ ଭାରତରେ ଉପଲବ୍ଧ ହୋଇଥିବାବେଳେ ଜୁନ୍ ମଧ୍ୟ ଭାଗବେଳକୁ ଦ୍ୱିତୀୟ ପର୍ଯ୍ୟାୟ ଉପଲବ୍ଧ ହୋଇଯିବ । ତେବେ ସମ୍ପ୍ରତି ୨ ଲକ୍ଷ ରୋଗୀଙ୍କ ଚିକିତ୍ସା କରାଯାଇପାରିବ । ଦେଶରେ ବିତରଣ ପାଇଁ ସିପ୍ଲାର ଉତ୍ତମ ନେଟୱର୍କ ରହିଥିବାବେଳେ ବିଭିନ୍ନ ପ୍ରାନ୍ତକୁ ଏହି କକଟେଲ୍ ପହଞ୍ôଚପାରିବ ବୋଲି ଆଶା କରାଯାଉଛି । ତେବେ ସମସ୍ତ ପ୍ରକାର ଟିକସ ଲାଗୁ ହୋଇ ଏହି କକଟେଲ୍ ଡୋଜ୍ ୫୯, ୭୫୦ ଦର ରହିବ । ସେହିପରି ପ୍ରମୁଖ ଡାକ୍ତରଖାନା ଓ କୋଭିଡ୍ ଉପଚାର କେନ୍ଦ୍ରରେ ଔଷଧ ମିଳିପାରି ।

Get real time updates directly on you device, subscribe now.