fbpx
BSKY
BJD MC SKY
BJD YOUTH SKY

ସାବଧାନ! ‘ତଉକ୍ତେ’ ପରେ ଆସୁଛି ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ଼ ‘ୟାଶ’

ନୂଆଦିଲ୍ଲୀ, ୧୯ା୫: ସାମୁଦ୍ରିକ ଝଡ଼ ‘ତଉକ୍ତେ’ର ପ୍ରଭାବରେ ଗୁଜରାଟ, ମହାରାଷ୍ଟ୍ର, କେରଳ, ଗୋଆ ଆଦି ରାଜ୍ୟରେ ଅନେକଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ କ୍ଷୟକ୍ଷତି ହୋଇଥିଲା । ତେବେ ଏହି ଝଡ଼ବାତ୍ୟା ପରେ ପୁଣି ଏକ ଭୟଙ୍କର ତୋଫାନର ଆଗମନ ନେଇ ଆଶଙ୍କା କରାଯାଉଛି । ଆସନ୍ତା ୫ ଦିନ ମଧ୍ୟରେ ନୂଆ ବାତ୍ୟା ‘ୟାଶ’ ଆସିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୩ରୁ ୨୪ ତାରିଖ ମଧ୍ୟରେ ‘ୟାଶ’ ବଙ୍ଗୋପସାଗରରେ ପହଞ୍ଚିବ । ତେବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟାର ପ୍ରଭାବ କମ ରହିବାର ସମ୍ଭାବନା ରହିଛି । ଝଡ଼ର ଗତି ଓ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.