fbpx
BSKY
BJD SHG SKY
BJD YOUTH SKY

କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର! ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ସାମ୍ବାଦିକ

ନୂଆଦିଲ୍ଲୀ, ୧୯ା୫: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସାମ୍ବାଦିକମାନେ ଗ୍ରାଉଣ୍ଡକୁ ଯାଇ ରିପୋର୍ଟ ସଂଗ୍ରହ କରିବା ସହ ନିୟମିତ ଅଫିସ ଯାଇ କାର୍ଯ୍ୟ କରିଆସୁଥିଲେ । ସେଥିପାଇଁ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦିଆଯିବା ସହ ସେମାନଙ୍କୁ ପ୍ରାଥମିକତା ଦେଇ ଭ୍ୟାକ୍ସିନ ଦିଆଯାଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଦେଶର ବିଭିନ୍ନ ରାଜ୍ୟରୁ ୩୦୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ସାମ୍ବାଦିକଙ୍କ ଛଡ଼ା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଆଦି ସମ୍ମୁଖ ଯୋଦ୍ଧାମାନେ ପ୍ରାଣ ହରାଇଛନ୍ତି । କେବଳ ଏପ୍ରିଲ ମାସରେ ନିୟମିତ ୩ ଜଣ ଲେଖାଏଁ ସାମ୍ବାଦିକ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ସଂଖ୍ୟା ମେ ମାସରେ ୩ରୁ ବୃଦ୍ଧି ପାଇଁ ୪ରେ ପହଞ୍ଚି ଯାଇଛି । ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଫରସେପସନ୍ ଷ୍ଟଡିଜର ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲରୁ ମେ ମାସ ମଧ୍ୟରେ ୨୩୮ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ୨୦୨୦ ମସିହା ଏପ୍ରିଲରୁ ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୨୧ ଏପ୍ରିଲ ୧ରୁ ମେ ୧୬ ମଧ୍ୟରେ ୧୭୧ ଜଣ ସାମ୍ବାଦିକ ପରଲୋକ ଗମନ କରିଛନ୍ତି । କରୋନାର ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର କେତେ ଯେ ଭୟଙ୍କର ତାହା ଏହି ରିପୋର୍ଟରୁ ସହଜରେ ବାରି ହୋଇପଡ଼ୁଛି ।

Get real time updates directly on you device, subscribe now.