fbpx

ଗତିପଥ ବଦଳାଇବ ବାତ୍ୟା: ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ । ୧୦ରେ ବାତ୍ୟା ଗତିପଥ ବଦଳାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ଯାଏ ସମାନ ଗତିରେ ଯିବ । ୧୦ ସନ୍ଧ୍ୟା ଯାଏ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ବଦଳାଇବାର ସମ୍ଭାବନା ରହିଛି । ଦିଗ ବଦଳାଇ କ୍ରମେ ଉତ୍ତର-ଉତ୍ତରପୂର୍ବକୁ ଗତି କରିବ ବାତ୍ୟା । ଓଡ଼ିଶା ଉକପୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇଯିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆସାନର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶନିବାର ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏକ ପ୍ରେସମିଟ୍ କରି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବରମୁଣ୍ଡାରେ ଶ୍ରୀ ଉପାଧ୍ୟାୟ ପ୍ରେସମିଟ୍ କରି ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହା ସହ ପ୍ରତି ଜିଲ୍ଲା ହେଡ୍ କ୍ୱାଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସରଞ୍ଜାମଗୁଡ଼ିକୁ ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.