fbpx

ମେ ରେ ଆସୁଛି ବାତ୍ୟା !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି ହୋଇଥିଲା ରାସ୍ତା ଘାଟ ଠପ ତ ଅନ୍ଧାରରେ ଥିଲା ରାଜ୍ୟର ୯୦ ପ୍ରତିଶତ ଅଂଚଳ । ଲୋକେ ଏଯାଏ ଫନିକୁ ଭୁଲାଇପାରିନଥିବା ବେଳେ ଏବେ ଆଉ ଏକ ବାତ୍ୟାର ଆଶଙ୍କା । ଚଳିତ ମାସ ୨୯ ବେଳକୁ ଆଣ୍ଡାମାନ ଓ ତତ ସଂଲଗ୍ନ ଦକ୍ଷିଣପୂର୍ବ ବଂଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।ଆଗକୁ ଏହା ଘନିଭୂତ ହେବ । କିନ୍ତୁ ଏହର ଗତି କେଉଁଦିଗକୁ ହେବ ତାହା ୨୭ ତାରିଖ ବେଳକୁ ସ୍ପଷ୍ଠ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହା ମିଆଁମାର ଆଡକୁ ମୁହାଁଇପାରେ । କିନ୍ତୁ ବଂଗୋପସାଗରରେ ଲଘୁଚାପ ଘନିଭୂତ ହେବାକୁ ନେଇ ବାତ୍ୟା ଆଶଙ୍କାରେ ରଜ୍ୟବାସୀ ।

Get real time updates directly on you device, subscribe now.