fbpx

ଦଶହରା ପୂର୍ବରୁ ବଢ଼ିବ DA! କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର

AAKASH

ନୂଆଦିଲ୍ଲୀ: ନିକଟରେ ଦେଶର କିଛି ରାଜ୍ୟର ସରକାର ପର୍ବପର୍ବାଣି ପୂର୍ବରୁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରି ଉପହାର ପ୍ରଦାନ କରିସାରିଛନ୍ତି । ତେବେ ଏହା ମଧ୍ୟରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ସେମାନଙ୍କର ଡିଏ ବୃଦ୍ଧି ଘୋଷଣାକୁ ନେଇ ଉତ୍ସୁକତାର ସହ ଅପେକ୍ଷା କରି କରିଛନ୍ତି । ଶେଷ ଥର ପାଇଁ ଗତ ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଥିଲା ।

ଗତ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧି ଘଟିଥିଲା । ଫଳରେ ମୋଟ ଡିଏ ୩୪ ପ୍ରତିଶତରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ତାହା ବଳବତ୍ତର ରହିଛି । ତେବେ ଏକ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଚଳିତ ମାସର ଅନ୍ତିମ ସପ୍ତାହରେ ଡିଏ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି । ଏଥର ଡିଏ ୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ଉପହାର କେନ୍ଦ୍ର ସରକାର ଦଶହରା ପୂର୍ବରୁ ଦେଇପାରନ୍ତି ।

କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଉପରେ ମୋହର ଲଗାଇବା ଫଳରେ ୫୦ ଲକ୍ଷ କର୍ମଚାରୀଙ୍କ ସହ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଗତ ଜୁଲାଇରେ ମହଙ୍ଗା ଦର ୬.୭୧ ପ୍ରତିଶତ ରହିଥବବା ବେଳେ ଜୁନରେ ୭.୦୧ ପ୍ରତିଶତ ରହିଥିଲା । ତେଣୁ ଚଳିତ ଥର କେନ୍ଦ୍ର ସରକାର ୫ ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି । ଯେଉଁ କର୍ମଚାରୀଙ୍କର ବେସିକ ସାଲାରି ୧୮,୦୦୦ ଥିଲା ୩୪ ପ୍ରତିଶତ ମୋଟ ଡିଏ ହିସାବରେ ତାଙ୍କୁ ୬,୧୨୦ ଟଙ୍କା ମିଳୁଥିଲା । ସେହିପରି ମୋଟ ଡିଏ ୩୮ ପ୍ରତିଶତ ହିସାବରେ ଏହା ବୃଦ୍ଧି ପାଇ ୬,୮୪୦ରେ ପହଞ୍ଚିଯିବ ।

Get real time updates directly on you device, subscribe now.