fbpx
BSKY
BJD YOUTH SKY
BJD MS SKY

ଶବଦାହ କରାଯିବନି କି’ ପୋତାଯିବ ନାହିଁ, ଜାଣନ୍ତୁ କେମିତି ହେବ ଟାଟା ଗ୍ରୁପ୍ ର ପୂର୍ବ ଚେୟାରମ୍ୟାନଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ସାଇରସ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ସମୟରେ ମହାରାଷ୍ଟ୍ରର ପାଲଘର ନିକଟରେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା । କିଛି ରିପୋର୍ଟ ଅନୂଯାୟୀ ମିସ୍ତ୍ରୀଙ୍କର ମଙ୍ଗଳବାର ଅନ୍ତିମ ସଂସ୍କାର କରାଯିବ । ଅବଶ୍ୟ ଏହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ସାଇରସ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାରସୀ ନିୟମ ଅନୁସାରେ କରାଯିବ କି’ ନାହିଁ ।

ପ୍ରକୃତରେ ହିନ୍ଦୁ ଏବଂ ଶିଖ୍ ଧର୍ମରେ ଶବଦାହ କରାଯାଇଥାଏ । ସେହିଭଳି ଇସାଇ ଏବଂ ଇସଲାମ ଧର୍ମରେ ଶବକୁ ପୋତାଯାଇଥାଏ  । କିନ୍ତୁ ପାରସୀ ସମୁଦାୟରେ ଶବକୁ ଜଳାଯାଇନଥାଏ କିମ୍ବା ପୋତାଯାଇନଥାଏ । ଏଠାରେ ଟାୱାର ଅଫ୍ ସାଇଲେନ୍ସ ଅନୂଯାୟୀ ଅନ୍ତିମ ସଂସ୍କାର କରାଯାଇଥାଏ । ଏହାକୁ ଦଖମା କିମ୍ବା ଦୋଖମେନାଶିନୀ କୁହାଯାଏ । ଏଥିରେ ଏକ ଖାସ୍ ଗୋଲାକାର ସ୍ଥାନ ରହିଥାଏ, ଯେଉଁଠାରେ ଶବକୁ ରଖାଯାଇଥାଏ । ଯାହାପରେ ଚିଲ, ଶାଗୁଣା ସେବନ କରିଥାନ୍ତି । ଅନ୍ତିମ ସଂସ୍କାରର ଏହି ପରମ୍ପରା ପାର୍ସୀଙ୍କ ଧର୍ମରେ ୩ ହଜାର ବର୍ଷରୁ ଅଧିକ ପୂରୁଣା ।

ପାର୍ସୀ ଧର୍ମରେ ଅଗ୍ନି, ପୃଥିବୀ ଏବଂ ଜଳକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ । ଏମିତିରେ ଶବକୁ ପାଣିରେ ଭସାଇବା, ଜଳାଇବା କିମ୍ବା ପୋତିବା ଦ୍ୱାରା ଏହି ତିନି ତତ୍ତ୍ୱ ଦୂଷିତ ହୋଇଥାଏ । ଏଥିପାଇଁ ପାର୍ସୀ ଶବକୁ ସୂର୍ଯ୍ୟ କିରଣରେ ରଖାଯାଇଥାଏ । ଯାହାପରେ ଶାଗୁଣା ସେବନ କରିଥାନ୍ତି । କିନ୍ତୁ ଶାଗୁଣାଙ୍କ ସଂଖ୍ୟା କମ୍ ହେଉଥିବାରୁ ଏହି ସମୁଦାୟଙ୍କୁ ଅନ୍ତିମ ସଂସ୍କାର କରିବାରେ ଅସୁବିଧା ହେଉଛି ।

Get real time updates directly on you device, subscribe now.