fbpx
BSKY
BJD MS SKY
BJD YOUTH SKY

ଦିଲ୍ଲୀ ରାଜପଥର ନାମ ହେବ “କର୍ତ୍ତବ୍ୟପଥ’: ମୋଦୀ ସରକାର କରୁଛନ୍ତି ପ୍ରସ୍ତୁତି

ନୂଆଦିଲ୍ଲୀ: ବଦଳିବ ଦିଲ୍ଲୀର ଐତିହାସିକ “ରାଜପଥ’ର ନାମ । ମୋଦୀ ସରକାର ଖୁବଶୀଘ୍ର “ରାଜପଥ’ର ନାମ ବଦଳାଇ “କର୍ତ୍ତବ୍ୟପଥ’ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୁହାଯାଉଛି ।

ସୂଚନା ଅନୂଯାୟୀ, ଏଥିପାଇଁ ୭ ସେପ୍ଟେମ୍ବରରେ ଏକ ବୈଠକ ଡକାଯାଇଛି ଏବଂ ପ୍ରସ୍ତାବକୁ ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯିବ । ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କ ପ୍ରତିମାଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପୂରା ମାର୍ଗ “କର୍ତ୍ତବ୍ୟପଥ’ କୁହାଯିବ ।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ଗେଟ୍ ରୁ ରାଷ୍ଟ୍ରପତି ଭବନ(ରାଇସିନା ହିଲ୍ସ) ପର୍ଯ୍ୟନ୍ତ ମାର୍ଗ ରାଜପଥ ନାମରେ ନାମିତ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଭବ୍ୟ ପରେଡର ଆୟୋଜନ କରାଯାଇଥାଏ । ବ୍ରିଟଶକାଳରେ ରାଜପଥକ କିଙ୍ଗ୍ସୱେ କୁହାଯାଉଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୋଦୀ ସରକାର ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୬ ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆବାସକୁ ଯାଉଥିବା ରେସ କୋର୍ସର ନାମ ବଦଳାଇ କଲ୍ୟାଣ ମାର୍ଗ କରିଥିଲେ । ସେହିଭଳି ୨୮ ଅଗଷ୍ଟ ୨୦୧୫ ରେ ଔରଙ୍ଗଜେବ୍ ରୋଡ ନାମ ପରିବର୍ତ୍ତନ କରି ମିସାଇଲ ମ୍ୟାନ୍ ଡା.ଏପିଜେ ଅବଦୁଲ୍ କଲାମ ରୋଡ୍ କରିଥିଲେ ।

Get real time updates directly on you device, subscribe now.