fbpx

ଭୋଟିଂ ମଧ୍ୟରେ ମମତାଙ୍କ ବଢିଯାଇଛି ଟେନସନ୍‌, ତେବେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା

AAKASH

କୋଲକାତା: ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ମଧ୍ୟରୁ ଆଉ ମାତ୍ର ୨ ଟି ପର୍ଯ୍ୟାୟ ବାକି ଅଛି । ତେବେ ସାରା ଦେଶରେ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଥିବା ବେଳେ ପଶ୍ଚିମବଙ୍ଗରେ ସ୍ଥିତି କିନ୍ତୁ ଅଧିକ ଉଷ୍ମ ରହିଛି । ଗୋଟିଏ ପଟେ ମମତା ବାନାର୍ଜୀଙ୍କର ସାଧୁ ସନ୍ଥଙ୍କ ଉପରେ ରାଜନୈତିକ ଆକ୍ରମଣ ତ ଅନ୍ୟପଟେ ଓବିସି ସଂରକ୍ଷଣରୁ ୭୭ ଜାତିଙ୍କୁ ହଟାଯିବାର ଚିନ୍ତା । ଏହାରି ମଧ୍ୟରେ କେରଳରେ ଏଲଡିଏଫ୍ ସରକାରର ସହଯୋଗୀ ଦଳ ଆଇଏନଏଲ୍ ପଶ୍ଛିମବଙ୍ଗରେ ସିପିଏମ ସହ ରହିବାକୁ ନେଇ ଘୋଷଣା କରିଦେଇଛି । ଏବେ ମମତାଙ୍କ ଟେନସନ୍ ଆହୁରି ବଢିଯାଇଛି ।

ମମତାଙ୍କ ଏହି ଟେନସନ୍ ବୃଦ୍ଧି ମଧ୍ୟରେ ପ୍ରଶ୍ନ ଉଠୁଛି କି କ’ଣ ମୁସଲିମ୍ ଭୋଟ୍ ଏବେ ମମତାଙ୍କ ହାତରୁ ଖସିବାରେ ଲାଗିଛି? ପୂର୍ବରୁ ତ ଇଣ୍ଡିଆ ମେଣ୍ଟ ସୃଷ୍ଟି ହେବା ପରେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀଙ୍କ ସହ ମମତାଙ୍କର ସହମତି ହୋଇପାରି ନ ଥିଲା । ଏବେ ସେଠାରେ କଂଗ୍ରେସ ଓ ବାମପନ୍ଥୀ ମିଳିତ ଭାବରେ ମମତାଙ୍କ ବିରୁଦ୍ଧରେ ମଇଦାନକୁ ବାହାରିଥିବା ବେଳେ ମୁସଲିମ୍ ଭୋଟ୍ ଭାଗ ଭାଗ ହୋଇଯିବାର ଆଶଙ୍କା ବୃଦ୍ଧି ପାଇଛି । ଏହି କାରଣରୁ ମମତା ପ୍ରଥମରୁ କହି ଆସୁଛନ୍ତି କି ଇଣ୍ଡିଆ ମେଣ୍ଟରେ ସେ ସାମିଲ ଅଛନ୍ତି କିନ୍ତୁ ପଶ୍ଛିମବଙ୍ଗରେ ସିପିଏମ୍ ଓ କଂଗ୍ରେସ ବିଜେପି ସହ ରହିଛି । ତେଣୁ ତାଙ୍କୁ ଭୟ ରହିଛି କି ଏହାର ଫାଇଦା ବିଜେପିକୁ ଅଧିକ ମିଳିବ ।

ଏହା ବ୍ୟତିତ ମୁର୍ଶିଦାବାଦ ଜିଲ୍ଲାକୁ ନେଇ ମଧ୍ୟ ମମତାଙ୍କ ଚିନ୍ତା ବଢିଛି । ଏଠାରେ ପ୍ରାୟ ୬୭% ଭୋଟର ମୁସଲମାନ । ମୁର୍ଶିଦାବାଦ ଲୋକସଭା ସିଟ୍‌ରୁ ବାମଦଳର ମହମ୍ମଦ ସଲିମ୍ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ମିଶି ଟିଏମସିକୁ କଡା ଟକ୍କର ଦେଇଛନ୍ତି । ସେହିପରି ବହରମପୁରରେ ବି ବାମଦଳ ଓ କଂଗ୍ରେସ ମିଶିଥିବାରୁ ଟିଏମସିକୁ ବଡ ଆହ୍ୱାନ ମିଳିଛି । ମମତାଙ୍କୁ ଲାଗୁଛି କି ଏହି ସିଟ୍‌ରେ ମୁସଲିମ୍ ଭୋଟର ତାଙ୍କ ଠାରୁ ଦୂରେଇ ଯାଇଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠୁଛି କି ମୁସଲମାନ ଭୋଟ ଭାଗ ଭାଗ ହେବାର ଫାଇଦା ବିଜେପିକୁ ମିଳିଯିବନି ତ?

Get real time updates directly on you device, subscribe now.