fbpx

BIG BREAKING…୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ବୋର୍ଡ ସଭାପତି

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରବିବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ।

ପରୀକ୍ଷା ଫଳ ସହ ରହିଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା । ସାଧାରଣ ନିର୍ବାଚନ ପାଇଁ ବିଳମ୍ୱରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଥିଲା । ପରୀକ୍ଷା ଫଳ ବାହାରିବା ସମୟରେ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ଦିଆଯାଇଛି ।

ଫଳ ପ୍ରକାଶନ ପରେ କୃତୀ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାର୍ଥୀମାନେ କିପରି ହ୍ୱାଟସଆପରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ତା’ ଉପରେ ମଧ୍ୟ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ ପଠାଯିବ ।

Get real time updates directly on you device, subscribe now.