fbpx

ଉବୁଟୁବୁ ମାୟା ନଗରୀ; ରାସ୍ତା ଘାଟ ଜଳାର୍ଣ୍ଣବ, ଟ୍ରେନ୍ ସେବା ବାତିଲ

ନୂଆଦିଲ୍ଲୀ: ମୁମ୍ବାଇରେ ଶୁକ୍ରବାରରୁ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳରେ ମୁମ୍ବାଇର ରାସ୍ତା ଘାଟ ଜଳାର୍ଣ୍ଣବ ହୋଇଯାଇଛି । ଯଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇଥିବା ବେଳେ ତାହା ନଦୀର ଭ୍ରମ ସୃଷ୍ଟି କରିଛି । ତେବେ ଟ୍ରେନ୍ ଲାଇନ୍ ରେ ପାଣି ଜମି ରହିଥିବାରୁ ଲୋକାଲ୍ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଏନେଇ ରେଳ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ କୋଭିଡ୍-୧୯କୁ ଆଖି ଆଗରେ ରଖି ଲୋକାଲ୍ ଟ୍ରେନ୍ କେବଳ ଜରୁରୀକାଳୀନ ପରିସ୍ଥିତିରେ ଚଳାଚଳ କରୁଛି । କିନ୍ତୁ ସାଧାରଣ ଯାତ୍ରୀଙ୍କୁ ଟ୍ରେନ୍ ରେ ଯାତ୍ରା କରିବାକୁ ଅନୁମତି ଦିଆଯାଇନାହିଁ । ମୁମ୍ବାଇରେ ସକାଳ ୭ ଟା ପର୍ୟ୍ୟନ୍ତ ୩୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାବ କହିଛନ୍ତି ।

ଜଣେ ମ୍ୟୁନିସିପାଲିଟି ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସକାଳ ଠାରୁ ସହରରେ ବର୍ଷା ଲାଗି ରହିଛି, କିନ୍ତୁ ଏହାର ଉପାନ୍ତ ଅଞ୍ଚଳ ମାନଙ୍କରେ ଅଧିକ ବର୍ଷା ହୋଇଥିବା ଜଣାପଡିଛି। ତିନି ଘଣ୍ଟା ମଧ୍ୟରେ, ସକାଳ ୭ ଟା ପର୍ୟ୍ୟନ୍ତ ମୁମ୍ବାଇରେ ୩୬ ମିଲିମିଟର ବର୍ଷା ହୋଇଥିବାବେଳେ ପୂର୍ବ ଏବଂ ପଶ୍ଚିମ ଉପକଣ୍ଠରେ ଯଥାକ୍ରମେ ୭୫ ମିଲିମିଟର ଏବଂ ୭୩ ମିଲିମିଟର ବର୍ଷା ହୋଇଥିଲା। ପୂର୍ବ ମୁମ୍ବାଇର କୁର୍ଲା ଷ୍ଟେସନ ନିକଟରେ ଥିବା ଟ୍ରାକରେ ପାଣି ଜମି ରହିଥିବା କାରଣରୁ ମୁଖ୍ୟ ରେଳ (ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ଏବଂ କୁର୍ଲା ମଧ୍ୟରେ) ଏବଂ ହାର୍ବର୍ ଲାଇନ (ସିଏସଏମଟି-ଭାସି-ପାନଭେଲ) ମଧ୍ୟରେ ଉପାନ୍ତ ସହର ଟ୍ରେନ ସେବା ପ୍ରଭାବିତ ହୋଇଥିବା କେନ୍ଦ୍ରୀୟ ରେଳ ଅଧିକାରୀ କହିଛନ୍ତି।

 

Get real time updates directly on you device, subscribe now.