fbpx

ସ୍କୁଲ ଖୋଲିବା ପୂର୍ବରୁ ସଂକ୍ରମିତ ହେଲେ ୨୦ ଛାତ୍ରଛାତ୍ରୀ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିଲେ ବି କିଛି ରାଜ୍ୟରେ ସଂକ୍ରମଣ କମିନାହିଁ । ଏହାରି ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଛି ସମୟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । କାହିଁକି ନା ନିକଟରେ କରୋନା ସଂକ୍ରମିତ ୨୦ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବାର ମାମଲା ରୁଜୁ ହୋଇଛି । ଏନେଇ ସ୍କୁଲ ଖୋଲିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସରକାରଙ୍କୁ ଦାବି ହେଉଛି । ଫଳରେ କିଛି ସମୟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ପୁଡୁଚେରୀରେ ୧୬ ଜୁଲାଇ ଅର୍ଥାତ୍ ଆଜିଠାରୁ ସ୍କୁଲ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଠାରେ ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ପ୍ରଥମେ ସ୍କୁଲ ଖୋଲିଥାନ୍ତା । ଅନ୍ୟପଟେ ଗୃହ ଓ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ସ୍କୁଲ ଖୋଲିବାର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସରକାର ସ୍ଥିର କରିଛନ୍ତି । ସ୍ଥିତି ଅନୂକୂଳ ହେଲେ ପୁଣି ସ୍କୁଲ ଖୋଲିବାର ନୂଆ ତାରିଖ ଘୋଷଣା କରାଯିବ ।

Get real time updates directly on you device, subscribe now.