fbpx

ଦିଲ୍ଲୀରେ କରୋନା ବିସ୍ଫୋରଣ: ଦୈନିକ ସଂକ୍ରମଣ ୨୧ ହଜାର ପାର୍

ଦିଲ୍ଲୀରେ କରୋନା ବିସ୍ଫୋରଣ ଜାରି ରହିଛି । ମଙ୍ଗଳବାର ଦିଲ୍ଲୀରେ ୨୧୦୦୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୯୦ ଲକ୍ଷକୁ ଟପିଛି । ଏହା ସହ ପଜିଟିଭିଟି ହାରା ୨୫.୬୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହ ସକ୍ରିୟ ମାମଲା ୭୫ ହଜାରକୁ ବୃଦ୍ଧି ପାଇଛି । ମଙ୍ଗଳବାର ଦିଲ୍ଲୀରେ କୋଭିଡ୍ ଯୋଗୁଁ ୨୩ ଜଣକର ମୃତ୍ୟୁ ହୋଇଛି । ସୋମବାର ଦିନ ଦିଲ୍ଲୀରେ ୧୯ ହଜାରରୁ ଅଧିକ ନୂତନ କୋଭିଡ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୫,୯୦,୧୫୫ ରେ ପହଞ୍ଚିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫,୨୦୦ ରେ ପହଞ୍ଚିଛି।

ସୂଚନାଯୋଗ୍ୟ, କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଙ୍ଗଳବାର ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାମ କରୁଥିଲା, ସେମାନଙ୍କୁ ବର୍ତ୍ତମାନ ୱାର୍କ ଫ୍ରମ୍ କରିବାକୁ କୁହାଯାଇଛି। ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀର ବାର୍ ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଅବଶ୍ୟ, ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟର ହୋମ୍ ଡେଲିଭରୀ ପାଇଁ ଅନୁମତି ରହିଛି । ଏହା ବ୍ୟତୀତ ଲୋକମାନେ ରେଷ୍ଟୁରାଣ୍ଟରୁ ଖାଦ୍ୟ ପ୍ୟାକ୍ କରି ନେଇପାରିବେ । ସହରରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ର ବୈଠକରେ ଆମେ କେନ୍ଦ୍ରର ପ୍ରତିନିଧୀଙ୍କୁ କହିଛୁ ଯେ କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଏନସିଆରରେ ଏହି ପ୍ରତିବନ୍ଧକ ଲାଗୁ କରାଯିବା ଉଚିତ। ସେ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ଦିଲ୍ଲୀରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଏନସିଆରରେ ମଧ୍ୟ କାର୍ଯ୍ୟକାରୀ ହେବ। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ମହାମାରୀର ତୃତୀୟ ଲହର କେବେ ପିକ୍ ରେ ପହଞ୍ଚିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ । ସେ କହିଛନ୍ତି ଯେ ଗତ ତିନି ଦିନ ଧରି ଦୈନିକ ୨୦-୨୨ ହଜାର ମଧ୍ୟରେ ଆସୁଛି ଏବଂ ସଂକ୍ରମଣ ହାର ୨୪-୨୫ ପ୍ରତିଶତ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମାମଲା ବୃଦ୍ଧି ପାଇବ ନାହିଁ।

Get real time updates directly on you device, subscribe now.